Home ଜିଲ୍ଲା ପରିକ୍ରମା ବରମୁଣ୍ଡାରେ ଅଗ୍ନିକାଣ୍ଡ, ୨ ବଖରା ପୋଡ଼ିଗଲା

ବରମୁଣ୍ଡାରେ ଅଗ୍ନିକାଣ୍ଡ, ୨ ବଖରା ପୋଡ଼ିଗଲା

9

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ବରମୁଣ୍ଡା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ଅ୍ରଗ୍ନିକାଣ୍ଡ ଘଟି ୨ ବଖରା ଗୃହ ପୋଡ଼ି ଯାଇଛି । ପରିବାର ଲୋକେ ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାମର ସନାତନ ଜେନା, ପରମାନନ୍ଦ ଜେନାଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଖବର ପାଇ ଛେନାପଦୀରୁ ଦମକଳ ଆସି ନିଆଁକୁ ଲିଭାଇ ଥିଲା । ବିପନ୍ନ ପରିବାର ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ସେମାନଙ୍କୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.