Home ଜିଲ୍ଲା ପରିକ୍ରମା ବନ୍ତ : ବିିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳିତ

ବନ୍ତ : ବିିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳିତ

3

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଠାରେ ଥିବା ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପତାକା ଉତୋଳନ କରିଥିଲେ । ବନ୍ତ ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ପତାକା ଉତୋଳନ କରିଥିଲେ । ବିଡିଓ ସୀତାକାନ୍ତ ରାଉତ, ସହକାରୀ ନିର୍ବାହି ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥଙ୍କ ସମେତ ନିର୍ବାଚିତ ପଚାଂୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ତହିସିଲ୍ କାର୍ଯ୍ୟାଳୟରେ ତହସିଲଦାର ସାରା ହେମ୍ବ୍ରମ୍‌, ବନ୍ତ ଥାନାରେ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ବିଜେପି କାର୍ଯ୍ୟାଳୟରେ ଡ. ସୁଧାଂଶୁ ଶେଖର ନାୟକ, ସରକାରୀ ପଲିଟେକନିକରେ ଅଧ୍ୟକ୍ଷ କାହ୍ନୁ ଚରଣ ଦାସ, ରାନ୍ଦିଆ ପଶ୍ଚିମ ବରିଷ୍ଠ ନାଗରିକ ମଂଚରେ ରତ୍ନାକର ମିଶ୍ର ପତାକା ଉତୋଳନ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରମୋଦ ସ୍ୱାଇଁ ଉପସ୍ଥିତ ଥିଲେ । ବନ୍ତ ବରିଷ୍ଠ ନାଗରିକ ମଂଚରେ ସମ୍ପାଦକ ଭାସ୍କର ଚନ୍ଦ୍ର ପାଢୀ, ଆଗରପଡା ମଂଚରେ ଉପଦେଷ୍ଟା ଉପେନ୍ଦ୍ର ଶତପଥି ପତାକା ଉତୋଳନ କରିଥିବା ବେଳେ ସଭାପତି କୈଳାସ ଧଳ ଉପସ୍ଥିତ ଥିଲେ । ଥାନାରେ ଥାନାଧିକାରୀ ରାଜେଶ କୁମାର ସେଠୀ, ଡାଏଟରେ ଅଧ୍ୟକ୍ଷ କାର୍ତିକେଶ୍ୱର ରାଉଳ, କଲେଜରେ ଅଧ୍ୟକ୍ଷ ସାନ୍ତନୁ କୁମାର ଜେନା, ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ ଶେଖର ପଣ୍ଡା, ବନ୍ତ ଶିଶୁ ମନ୍ଦିରରେ ସମ୍ପାଦକ ଶୁଭେନ୍ଦ୍ର କୁମାର ମିଶ୍ର ପତାକା ଉତୋଳନ କରିଥିବା ବେଳୈ ପ୍ରଧାନଆଚାର୍ଯ୍ୟ ଦାମୋଦର ନାୟକ ଉପସ୍ଥିତ ଥିଲେ । ନିମପଡା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ ପତାକା ଉତୋଳନ କରିଥିବା ବେଳେ ପ୍ରଧାନଚାର୍ଯର୍୍ୟା ଇତିଶ୍ରୀ ମହାପାତ୍ର ଉପସ୍ଥିତ ଥିଲେ । ନରିପୁର ଆଦର୍ଶ ସେବା ସଂଗଠନର ସଭାପତି ବାପି ପାଣିଗ୍ରାହୀ ପତାକା ଉତୋଳନ କରିଥିବା ବେଳେ ସମ୍ପାଦକ କପିଳେନ୍ଦ୍ର ସାହୁ,ଶ୍ରୀକାନ୍ତ ପଣ୍ଡା ନିକଟସ୍ଥ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । କୃଷ୍ଣ ଚରଣ ବିଦ୍ୟାମନ୍ଦିରରେ ପ୍ରଧାନଶିକ୍ଷକ ଶରତ ଜେନା, ଆଗରପଡା ସରକାରୀ ବାଳୀକା ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଚିତରଞ୍ଜନ ମହାନ୍ତି , ବନ୍ତ ହାଇସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ଭାସ୍ୱତୀ ଜେନା, କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଅଧ୍ୟକ୍ଷ ବିମଳ ଚନ୍ଦ୍ର ଦାସ, ଅଡାଳପଙ୍କ ହାଇସ୍କୁଲରେ ପ୍ରଧାନଶିକ୍ଷକ ପିତବାସ ଜେନା, କେନ୍ଦୁଆପଦା ହାଇସ୍କୁଲରେ ପ୍ରଧାନଶିକ୍ଷକ ଶଶି ଶେଖର କରଶର୍ମା, ବି.ଟିପୁର ପଚାଂୟତ କାର୍ଯ୍ୟାଳୟରେ ସରପଚଂ ସୁଭଦ୍ରା ସିଂହ, କ୍ରାକ୍ କମ୍ପ୍ୟୁଟରରେ ଅଧ୍ୟକ୍ଷ ତପନ କୁମାର ପୃଷ୍ଟି ପତାକା ଉତୋଳନ କରି ମହାନ ସ୍ୱାଧିନତା ସଂଗ୍ରାମୀଙ୍କ ଗୁଣାବଳୀ ଉପରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.