Home ଜିଲ୍ଲା ପରିକ୍ରମା ବନବିଭାଗର ସଫଳତା,ମୁଲ୍ୟବାନ ସାଗୁଆନ ପଟା ଓ କାଠ ଜବତ ୨ଜଣ ଗିରଫ

ବନବିଭାଗର ସଫଳତା,ମୁଲ୍ୟବାନ ସାଗୁଆନ ପଟା ଓ କାଠ ଜବତ ୨ଜଣ ଗିରଫ

91

ମାଲକାନଗିରି,୧୫ା୧୦ (ଓଡିଆ ପୁଅ )ଆଜି ମାଲାକନଗିରି ବନବିଭାଗକୁ ଏକ ସଫଳତା ମିଳିଛି, ଜିଲ୍ଲାବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଆଜି ସକାଳେ ମାଲାକନଗିରି ଜିଲ୍ଲାସଦର ମହକୁମାସ୍ଥ ଆର୍ଶିବାଦ କଲୋନି ଓ ଦୁର୍ଗାଗୁଡି ସାହି ଉପରେ ଚଢଉକରି ବେଆଇନଭାବେ ମୂଲ୍ୟବାନ କାଠପଟା ରଖିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିବା ସହ ୨ଲକ୍ଷରୁ ଉର୍ଦ୍ଦଟଙ୍କାର କାଠପଟା ଜବତ କରିଛନ୍ତି ।ଆର୍ଶିବାଦ କଲୋନିର ଶ୍ରୀହରି ନାଗ(୪୦) ଙ୍କ ଘରଉପରେ ଚଢଉ କରି ତାଙ୍କ ଘରୁ ମୂଲ୍ୟବାନ ସାଗୁଆନ, କାଠ ପଟା, ସାଇଜ,ବିମ, ଦଣ୍ଡା, ଅର୍ଦ୍ଦନିର୍ମିତ ପଲଙ୍କ ଜବତ କରାଯାଇଛି, ଏହି ଜବତ ପଟା ଓ କାଠର ସରକାରି ମୂଲ୍ୟ ପ୍ରାୟ୬୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ସେହିପରି ଦୁର୍ଗାଗୁଡି ସାହିର ଅର୍ଜୁନ ମହାରଣା ଘରୁ ସାଗୁଆନ କାଠ ପଟା, ବିମ ଜବତ କରାଯାଇଛି ଏହାର ମୂଲ୍ୟ ପ୍ରାୟ ୧ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ବେଆଇନ ଭାବେ ଘରେ ପଲଙ୍କ ଓ କାଠସାମଗ୍ରୀ ନିର୍ମାଣ କରିବା ଅଭିଯୋଗରେ ଶ୍ରୀହରି ନାଗ(୪୦) ଓ ଅର୍ଜୁନ ମହାରଣା ଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏହି ଚଢଉରେ ଫରେଷ୍ଟର ରାଜେଶ କୁମାର ସେଠୀ,ମୋହନଗୁଡିଆ,ମରୁଲି ଧର ଅନୁଗୁଳିଆ,ଦିବାକର ଜେନା,ଫରେଷ୍ଟଗାର୍ଡ ରବିନାରାୟଣ ଖଣ୍ଡୁଆଳ ,ଅର୍ଜୁନବାଟେ,ହୃଶିକେଶ ପାଣିଗ୍ରାହୀ,ସୁଧିର କୁମାର ମୁର୍ମୁ, ସୁରେନ୍ଦ୍ର ଦେଉଡି, ସଚିତା ନନ୍ଦ ଜେନା,ବାସନ୍ତି ମାଡକାମି, ଲଳିତା ହରିଜନ,ଏ.ପିଙ୍କି ରାଓ ପ୍ରମୁଖ ବନବିଭାଗ କର୍ମାଚାରୀ, ପାରାଷ୍ଟାପ,ଆପିସିଇଏ ସ୍କାର୍ଡ ଟିମ ଉପସ୍ଥିତି ଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.