Home ଅପରାଧ ବଧୂହତ୍ୟା ଅଭିଯୋଗ; ୩ ଅଭିଯୁକ୍ତ କୋର୍ଟ ଚାଲାଣ

ବଧୂହତ୍ୟା ଅଭିଯୋଗ; ୩ ଅଭିଯୁକ୍ତ କୋର୍ଟ ଚାଲାଣ

70

ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ବିରୋଳି ରାଜସ୍ୱ ଗ୍ରାମର ଦାଣ୍ଡକୂଳ ସାହିରେ ଗତ ବୁଧିାର ଘଟିଥିବା ବଧୂହତ୍ୟା ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ବୁଧବାର ଗିରଫ ହୋଇଥିବା ସ୍ୱାମୀ ଉତ୍କଳ, ଶ୍ୱଶୁର ଦୁଃଶାସନ, ଶାଶୁ ଜାମ୍ବବତୀଙ୍କ ମଧ୍ୟରୁ ଅଭିଯୁକ୍ତ ଶାଶୁଙ୍କୁ ଭଦ୍ରକ ସର୍ଟ ଷ୍ଟେ ହୋମ ଆସିଆନାକୁ ପଠାଯାଇଥିଲା। ଗୁରୁବାର ସମସ୍ତ ତିନି ଜଣ ଅଭିଯୁକ୍ତଙ୍କୁ ନିୟମିତ ମେଡିକାଲ ପରୀକ୍ଷା କରାଯିବା ସହ କୋଭିଡ ଟେଷ୍ଟ କରାଯାଇଥିଲା। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ବିରୋଳି ଗ୍ରାମ ଦାଣ୍ଡକୂଳ ସାହିର ଦୁଃଶାସନ ଜେନାଙ୍କ ସାନପୁଅ ଉତ୍କଳଙ୍କ ପତ୍ନୀ ସ୍ୱପ୍ନା(୨୪) ମୃତ୍ୟୁବରଣ କରିଥିବା ଖବର ବୁଧବାର ସକାଳେ ପ୍ରଚାରିତ ହୋଇଥିଲା। ସ୍ୱପ୍ନ ଗତ ଦୁଇ ବର୍ଷ ପୂର୍ବ ବୈଦିକ ରୀତିରେ ଉତ୍କଳକୁ ଆବଶ୍ୟକ ଯାନିଯୌତୁକ ସହ ବିବାହ କରିଥିଲା। ବିବାହ ପର ଠାରୁ ଶାଶୁଘର ପକ୍ଷରୁ ଯୌତୁକ ପାଇଁ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ମୃତକର ମାଆ ପ୍ରକାଶ କରିଛନ୍ତି। ସ୍ୱପ୍ନାର ଗୋଟିଏ ଛଅ ମାସର ଶିଶୁକନ୍ୟା ଅଛି। ପଡୋଶୀ ଗ୍ରାମରେ ବିଭା ହୋଇଥିବା ସ୍ୱପ୍ନାର ବଡଭଉଣୀ ଠାରୁ ସୂଚନା ପାଇ ଯାଜପୁର ଥାନା ଅନ୍ତର୍ଗତ ସୁନ୍ଦୁରାଇମୁହଁ ପଲା ସାହିରୁ ବାପଘର ଲୋକେ ଆସି ଝିଅ ମରିପଡିଥିବା ଦେଖିଥିଲେ। ଏହା ହତ୍ୟାକାଣ୍ଡ ଆଦୌ ଆତ୍ମହତ୍ୟା ନୁହେଁ ବୋଲି ମୃତକର ମାଆ ଗୀତାରାଣୀ ରାଉତ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବରୁ ବହୁବାର ହତ୍ୟା କରିବାକୁ ଉଦ୍ୟମ କରିଥିବା ସ୍ୱାମୀ, ଶ୍ୱଶୁର, ଶାଶୁ ଓ ଦେଢ଼ଶୂର ଏଥର ହତ୍ୟା କରିବାକୁ ସଫଳ ହୋଇଛନ୍ତି ବୋଲି ପୁଲିସକୁ କହିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରିବା ସହ ସ୍ୱାମୀ ଉତ୍କଳ, ଶ୍ୱଶୁର ଦୁଃଶାସନ, ଶାଶୁ ଜାମ୍ବବତୀକୁ ଗିରଫ କରିଥିଲା। ଗୀତାରାଣୀଙ୍କ ଅଭିଯୋଗ ଅନୁଯାୟୀ ଥାନାରେ ୧୪୪/୨୦ନଂ ହତ୍ୟାମାମଲା ସାତ ଜଣଙ୍କ ନାମରେ ଋଜୁ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.