Home ଜିଲ୍ଲା ପରିକ୍ରମା ବଣ୍ଡାଘାଟିରେ ଗୁଳିବିନିମୟ,ମାଓକ୍ୟାମ୍ପ ଉପରେ ଚଡଉ ବିପୁଳ ପରିମାଣର ମାଓସାମଗ୍ରୀ ଜବତ

ବଣ୍ଡାଘାଟିରେ ଗୁଳିବିନିମୟ,ମାଓକ୍ୟାମ୍ପ ଉପରେ ଚଡଉ ବିପୁଳ ପରିମାଣର ମାଓସାମଗ୍ରୀ ଜବତ

114

ମାଲକାନଗିରି,୧୭ା୨(ଓଡିଆ ପୁଅ ) ପୁଣି ମାଲକାନଗିରି ଜିଲ୍ଲାପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନାସ୍ଥ ଦୁର୍ଗମ ବଣ୍ଡାଘାଟି ରେ ମାଓବାଦୀ ପୁଲିସର ଗୁଳିବିନିମୟ ରେ ପୁଲିସ କୁ ମୁକାବିଲା କରିନପାରି ମାଓବାଦୀ ଙ୍କ ଛତ୍ରଭଙ୍ଗ ପରେ ମାଓକ୍ୟାମ୍ପରୁ ବିପୁଳପରିମାଣର ମାଓସାମଗ୍ରୀ ପୁଲିସ ଜବତ କରିଛି । ବଣ୍ଡାଘାଟି ବଣ୍ଡାପଡା ସମ୍ବଲପୁର ଦୁର୍ଗମ ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବାର ଖବର ପାଇ ଏସପି ରିଶିକେଶ ଡି. ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ଏସଡିପିଓ ଏସ. ହେମ୍ବ୍ରେମ ଙ୍କ ନେତୃତ୍ୱରେ ଏସଓଜି ଯବାନ,ଡିଭିଏଫ ଫୋର୍ସ ଗତ୧୫ତାରିଖରେ ସେଠାକୁ କମ୍ବିଂଅପରେସନ ରେ ଯାଇଥିଲେ । ପୁଲିସ ଙ୍କୁ ଦେଖି ମାଓବାଦୀ ମାନେ ଗୁଳିଚଳାଇଥିଲେ,ତାର ପାଲଟା ଜବାବରେ ଯବାନ ଓ ପୁଲିସ ଫୋର୍ସ ମଧ୍ୟଗୁଳିଚାଳନା କରିଥିଲେ , ଉଭେୟଙ୍କ ମଧ୍ୟରେ କିଛିଘଟାଂ ଧରି ଗୁଳିବିନିମୟ ହୋଇଥିଲା,ଯବାନ ଓ ପୁଲିସ ଫୋର୍ସ ଙ୍କୁ ମୁକାବିଲା କରିନପାରି କ୍ୟାମ୍ପ ଛାଡି ମାଓବାଦୀ ମାନେ ଛତ୍ରଭଙ୍ଗଦେଇ ଜଙ୍ଗଲରେ ଲୁଚିପଳାଇଥିଲେ । ପରେ ପୁଲିସ ସର୍ଚଅପରେସନ କରିବାରୁ ମାଓକ୍ୟାମ୍ପ ମଧ୍ୟରୁ ମାଓବାଦୀଙ୍କ ପୋଷାକ,ଜୋତା,ବେଲ୍ଟ, କ୍ୟାପ,ମୋବାଇଲ ,ଟିଫନ କ୍ୟାରେଜ,କମ୍ବଳ, ମାଛଧରା ଜାଲ,ସହିତ ମାଓ କିଟବ୍ୟାଗ, ଅନ୍ୟାନ ସାମଗ୍ରୀ ଜବତ କରାଯାଇଛି । ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରିଶିକେଶ ଡି, ଖିଲାରୀ ଜବତ ସାମଗ୍ରୀ ଗୁଡିକୁ ପ୍ରଦର୍ଶନକରି କହିଥିଲେ ଜାନୁଆରୀ ମାସଠାରୁ ଦୁର୍ଗମ ବଣ୍ଡା ଘାଟି ଓ ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳରେ ମାଲକାନଗିରି ଜିଲ୍ଲାପୁଲିସ,ବିଏସଏଫ ଯବାନ, ଏସଓଜି, ଡିଭିଏଫ ଯବାନ,ପୁଲିସର ମିଳିତ ଭାବେ ମାଓଅପରେସନ ଚାଲିଛି,ଗତ୧୫ତାରିଖରେ ମୁଦୁଲିପଡା ଥାନା ବଣ୍ଡାପଡା ସମ୍ବଲପୁର ଜଙ୍ଗଲରେ ଡିଭିଏଫ, ଏସଓଜି ଯବାନମାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓବାଦୀମାନଙ୍କ ସହିତ ଗୁଳିବନିମୟ ହୋଇଥିଲା । ମାଓବାଦୀ ମାନେ ଛତ୍ର ଭଙ୍ଗଦେଇ ପଳାଇ ଗଲାପରେ ସେମାନଙ୍କ କ୍ୟାମ୍ପଉପରେ ଚଡଉ କରାଯାଇ କିଛି ମାଓବାଦୀଙ୍କ କିଟବ୍ୟାଗ,ପୁସ୍ତକ,ନିତ୍ୟବ୍ୟବହୃତ ସାମଗ୍ରୀ ଜବତ ହୋଇଛି, ଠିକ ସେହିପରି ଜାନୁଆରୀ ମାସ ୧୫ତାରିଖରେ ସ୍ୱାଭିମାନ ଅଚଂଳର ଦୁର୍ଗମ ଅପହଁଚ ଇଲାକା ଗୋଇଗୁଡା ଜଙ୍ଗଲରେ ସର୍ଚଅପରେସନ କରାଯାଇ ବିଭିନ୍ନ ସ୍ଥାନରେ ମାଓବାଦୀ ମାନେ ଲୁଚାଇରଖିଥିବା ବନ୍ଧୁକ,ଗୋଳାବାରୁଦ,ମାଓସାମଗ୍ରୀ ଜବତ କରିଥେଲେ, କୌଣସି ଏକ ବଡଧରଣର ମାଓହିଂସକାଣ୍ଡ ଘଟାଇବା ପାଇଁ ମାଓବାଦୀ ମାନେ ଯୋଜନା କରୁଥିଲେ ,ଏହି ସାମଗ୍ରୀ ଜବତ ହୋଇ ଯିବାପରେ ସେମାନଙ୍କ ହିଂସାକାଣ୍ଡର ଯୋଜନା ପଣ୍ଡ ହୋଇଯାଇଛି ।ଦୁର୍ଗମ ବଣ୍ଡାଘାଟି ଓ ସ୍ୱାଭିମାନ ଅଚଂଳରେ ନିୟମିତ ଭାବେ ମାଓଦମନ କାର୍ଯ୍ୟଚାଲିବା ସହିତ ସେଠାରେ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ତ୍ୱାରାନିତ ହୋଇପାରିଛି ବୋଲି ଏସପି ଶ୍ରୀ ଖିଲାରୀ ସୁଚନା ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସପି ବିଷ୍ଣୁମୋହନ ମୁଆଁ ଖିଆ,ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ,ଏସଓଜି ସହକାରୀ କମାଣ୍ଡେଟଂ ପ୍ରମୁଖ ପୁଲିସଅଧିକାରୀ ମାନେ ଉପସ୍ଥିତ ଥିଲେ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.