Home ଅପରାଧ ପୁରୀ କଂଗ୍ରେସ ଭବନରେ ଗୋଷ୍ଠି ସଘର୍ଷ ; ୩ ଜଣ ଗୁରୁତର

ପୁରୀ କଂଗ୍ରେସ ଭବନରେ ଗୋଷ୍ଠି ସଘର୍ଷ ; ୩ ଜଣ ଗୁରୁତର

80

ପୁରୀ ୧୭ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ପୁରୀ କଂଗ୍ରେସ ଭବନରେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତିଙ୍କ ଉପସ୍ଥିତରେ ଦୁଇଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ ହେବା ଦେଖିବାକୁ ମିଳିଛି । ଦୁଇଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷରେ ୩ ଜଣ ଗୁରୁତରଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

ଶ୍ରୀମନ୍ଦିର ଦର୍ଶନ ସାରି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ନେତା ମାନେ ଫେରିବା ବେଳେ ଦୁଇଗୋଷ୍ଠିଙ୍କ ମଧ୍ୟରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି ।ଏହି ଆକ୍ରମଣରେ ଛାତ୍ର କଂଗ୍ରେସର ଜିଲ୍ଲା ସଭାପତିଙ୍କ ସମେତ ଅନ୍ୟ ଦୁଇ ଜଣ  ଗୁରୁତର  ଆହତ ହୋଇଛନ୍ତି ।  ଛାତ୍ର କଂଗ୍ରେସର  ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ  କରିଛି ଦଳର ଅନ୍ୟ ଏକ ଗୋଷ୍ଠୀ ତେବେ ଘଟଣାରେ ଆହତ ହୋଇଥିବା  ଛାତ୍ର ନେତାଙ୍କ କହିବାନୁଯାୟୀ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ଉପରେ ମରଣାତ୍ମକ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିବା ପରେ ତଳେ ପକାଇ  ଲୁହା ରଡ ଏବଂ  ଇଟାରେ ଅତି ଦୟନୀଭାବେ ଛେଚିଥିଲେ କଂଗ୍ରେସ କର୍ମି ।   କଂଗ୍ରେସ ଛାତ୍ର ସଭାପତିଙ୍କୁ ଆକ୍ରୋଶ ମୂଳକଭାବେ ଆକ୍ରମଣ କରିଛନ୍ତି କଂଗ୍ରେସର ଅନ୍ୟ ଏକ ଗୋଷ୍ଠୀ ବୋଲି କହିଛନ୍ତି ଏହି  ଆକ୍ରମଣରେ ଆହତ ହୋଇଥିବା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.