Home ଓଡ଼ିଶା ନୂଆପିଢିର ନୂଆ ଆଇଡିଆ ହିଁ ଦେଶକୁ ଆଗେଇ ନେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆପିଢିର ନୂଆ ଆଇଡିଆ ହିଁ ଦେଶକୁ ଆଗେଇ ନେବ: ଧର୍ମେନ୍ଦ୍ର ପ୍ରଧାନ

97

ସୋଆ ବିଶ୍ୱବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
– ନୂଆ ଯୁଗର ସମସ୍ୟାର ସମାଧାନ ପାଇଁ ନୂଆ ଉପାୟ ଦରକାର
– ପରିଶ୍ରମ ମାଧ୍ୟମରେ ଦେଶର ଉନ୍ନତି କାମରେ ଲାଗିବା ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ଭୁବନେଶ୍ୱର, ନଭେମ୍ବର ୧୬ (ଓଡ଼ିଆ ପୁଅ) – ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ନୂଆପିଢିଙ୍କୁ ହିଁ ବାଟ ଖୋଜିବାକୁ ପଡିବ। ନୂଆପିଢିର ନୂଆ ଆଇଡିଆ ହିଁ ରାଜ୍ୟ ଓ ଦେଶକୁ ଆଗେଇ ନେବ ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ଷଷ୍ଠ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ପ୍ରାକୃତିକ ଖଣିଜ ସମ୍ବଳରେ ଭରପୁର। ଅପାର ସମ୍ଭାବନାର ରାଜ୍ୟ ଓଡିଶା ଗୋଟିଏ ସମୟରେ ଅର୍ଥନୈତିକ କାରବାରର ପେଣ୍ଠସ୍ଥଳୀ ଥିଲା। କିନ୍ତୁ ବର୍ତମାନ ସେପରି ପରିସ୍ଥିତି ନାହିଁ। ପ୍ରକୃତରେ ନୂଆ ଯୁଗର ସମସ୍ୟା ପାଇଁ ସମାଧାନର ନୂଆ ଉପାୟ ଦରକାର। ସେହି ନୂଆ ରାସ୍ତା କେବଳ ନୂଆପିଢିର ଯୁବକମାନେ ଦେଇପାରିବେ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି। ଓଡିଶାର ନାଗରିକ ଭାବରେ ଆମମାନଙ୍କୁ ଚିନ୍ତା କରିବା ଉଚିତ ଯେ ଆମର ସବୁଠାରୁ ବଡ ସାମର୍ଥ୍ୟ କଣ? ତା’ ହେଲେ ଯାଇ ଆଧୁନିକ ଓଡିଶାର କାହାଣୀ ଆଧୁନିକ ଭାରତର କାହାଣୀ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ପରିଶ୍ରମ କରିବା ସହ ଦେଶର ଉନ୍ନତି କରିବା କାମରେ ଲାଗିବା ନେଇ ପରାମର୍ଶ ଦେଇଥିଲେ। ଏହି ସମାବର୍ତ୍ତନ ଉତ୍ସବ ପାଇଁ ସେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ତଥା ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ସହ ଜଡିତ ଅଧ୍ୟାପକ ଏବଂ ଅଧ୍ୟାପିକାବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ। ଉଲ୍ଲେଖନୀୟ ଯେ, ସୋଆ ବିଶ୍ୱବିଦ୍ୟାଳୟର ଏହି ଷଷ୍ଠ ସମାବର୍ତ୍ତନ ଉତ୍ସବରେ ଶ୍ରୀ ପ୍ରଧାନଙ୍କ ବ୍ୟତିତ ଅନ୍ୟାନ୍ୟଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.