Home ଓଡ଼ିଶା ବଡବିଲ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର

ବଡବିଲ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର

68

କେନ୍ଦୁଝର, ୦୮ା୭ : (ଓଡ଼ିଆ ପୁଅ/ପ୍ରଦୀପ ମହାନ୍ତି) କେନ୍ଦୁଝର ଜିଲ୍ଲା ବଡବିଲ ରେଞ୍ଜ ଗୁଆଲି ସେକ୍ସନ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲର ଚୋରମାଲଦା ନିକଟରୁ ଏକ ୪ ବର୍ଷର ଅଣ୍ଡିରା ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀ ଛୁଆଟି କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡିନଥିଲେ ମଧ୍ୟ ହାତୀ ଛୁଆଟି ୧ ମାସ ତଳୁ ମରିବା ନେଇ ବନ ବିଭାଗ କିପରି ଜାଣି ପାରିଲା ନାହିଁ ତାହା ଏବେ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତୀଛୁଆଟି ମରି ସଂପୂର୍ଣ୍ଣ ପଚି ଯାଇଥିବାବେଳେ ପେଟ୍ରୋଲିଂ କରୁଥିବା ବନ କର୍ମଚାରୀ କିପରି ଜାଣି ପାରିଲେ ନାହିଁ ତାହା ଏବେ ତଦନ୍ତ ସାପେକ୍ଷ। ହାତୀ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଜିଲ୍ଲାରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। କେନ୍ଦୁଝର ବନଖଣ୍ଡରେ ବନ୍ୟ ଜୀବଜନ୍ତୁ ଅସୁରକ୍ଷିତ ହୋଇ ପଡିଥିବାବେଳେ ପ୍ରତ୍ୟେକ ଦିନ କେନ୍ଦୁଝର ବନଖଣ୍ଡରେ ବିଭିନ୍ନ ସ୍ଥାନରେ ହାତୀର ଗତିବିଧି ନେଇ ଭୂଲ ରିପୋର୍ଟ ଡିଏଫଓ ଅଫିସରେ ଥିବା କଣ୍ଟ୍ରୋଲ ରୁମକୁ ଦିଆଯାଉଥିବା ଅନୁମାନ କରାଯାଉଛି। ହାତୀ ନ ଗଣି ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ହାତୀ ସଂଖ୍ୟା ଜଣାଉଥିବାବେଳେ ହାତୀ ମରିଗଲେ କିମ୍ବା ଅନ୍ୟ କୌଣସି କାରଣରୁ କମିଗଲେ ମଧ୍ୟ ଜଣାପଡୁନାହିଁ। ହାତୀ ମରି ଜଣାପଡିବା ପରେ ହାତୀ କମିଥିବା ଜଣାପଡୁଛି। ଏହି ହାତୀ ଶାବକଟି ମରିବାର ଏକମାସରୁ ଉର୍ଦ୍ଧ ସମୟ ହୋଇଥିଲେ ମଧ୍ୟ ବନ ବିଭାଗ ନ ଜାଣି ପାରିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି। ଚମ୍ପୁଆ ରେଞ୍ଜ ଏବଂ ବଡବିଲ ରେଞ୍ଜରେ ଏକ ମାସ ମଧ୍ୟର ୫ଟି ହାତୀ ମରିଥିବାବେଳେ କେନ୍ଦୁଝର ବନଖଣ୍ଡରେ ହାତୀ ଅସୁରକ୍ଷିତ ହୋଇପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.