Home ଜିଲ୍ଲା ପରିକ୍ରମା ବଞ୍ଜାରୀ ଗ୍ରାମରେ ବେଦାନ୍ତ ର ଆଧୂନିକ ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ

ବଞ୍ଜାରୀ ଗ୍ରାମରେ ବେଦାନ୍ତ ର ଆଧୂନିକ ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ

153

ସମ୍ବଲପୁର, ୧୫/୯ (ଓଡ଼ିଆ ପୁଅ) ବେଦାନ୍ତ କମ୍ପାନୀର ପୃଷ୍ଟପୋଷକତାରେ ଝାରସୁଗୁଡ଼ାର ବଞ୍ଜାରୀ ଗ୍ରାମର ଶୁଭଲକ୍ଷ୍ମୀ ବହୁମୁଖୀ ସମବାୟ ସମିତିଠାରେ ଏକ ନୂତନ ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟ ଅତିଥି ବେଦାନ୍ତ ଲିମିଟେଡ଼ର ଜେନେରାଲ ମ୍ୟାନେଜର ଲୋକେଶ ଶର୍ମା ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ସିଲେଇ ପ୍ରଶିକ୍ଷଣ ଗ୍ରହଣ କରି ନିଜଗୋଡ଼ରେ ନିଜେ ଠିଆ ହୋଇ ସ୍ୱାବଳମ୍ବୀ ହେଲେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଥିଲେ। ଏହି ତାଲିମ କେନ୍ଦ୍ରରେ ବଞ୍ଜାରୀ ସହିତ ଆଖପାଖ ଗ୍ରାମର ମହିଳାମାନଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇ ସେମାନଙ୍କ ଆର୍ଥିକ ଉନ୍ନତିରେ ସହଯୋଗ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଏଠାରେ ଯୁଗୋପଯୋଗୀ ଡ଼ିଜାଇନ ଓ ନୂତନ ଶୈଳୀର ପୋଷାକ ପ୍ରସ୍ତୁତି ସହିତ ଉତ୍ପାଦିତ ସାମଗ୍ରୀର ବଜାର ସଂଯୋଗୀକରଣର ଯୋଜନା ପ୍ରସ୍ତୁତ କରାଯାଇଥିବା ସମବାୟ ସମିତିର ଅଧ୍ୟକ୍ଷା ପୁଷ୍ପାଞଳୀ ସେଠ ସୂଚନା ଦେଇଥିଲେ। ବେଦାନ୍ତର ସିଏସଆର କାର୍ଯ୍ୟକ୍ରମର ମାସିକ ପଚଶ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିଥିବା ସୁକାନ୍ତି ମାଝି ମଧ୍ୟ ଏଠାରେ ମହିଳାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି ସୂଚନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.