Home ଓଡ଼ିଶା ବଜ୍ରପାତରେ ୯ ମେଣ୍ଢା ମୃତ, ୭ ଆହତ

ବଜ୍ରପାତରେ ୯ ମେଣ୍ଢା ମୃତ, ୭ ଆହତ

420

ପୋଲସରା ୯-୬ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଶନିବାର ଅପରାହ୍ନରେ କାଳ ଵୈଶାଖି ହୋଇଥିଲା। ଯାହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ମଧୂପଲ୍ଲୀ ପଞ୍ଚାୟତ ସ୍ଥିତ ସୁନାରୀ ବୁଗୁଡା ଗ୍ରାମର ଏକ ଆମ୍ବ ତୋଟାରେ ବଜ୍ରପାତ ହୋଇଥିଲା। ସେହି ଆମ୍ବ ତୋଟାରେ କୋଡିଏରୁ ଉର୍ଦ୍ଧ ଛେଳି ଓ ମେଣ୍ଢା ରହିଥିଲେ, ସେଥି ମଧ୍ୟରୁ ୯ଟି ମେଣ୍ଢା ମୃତ୍ୟୁ ବରଣ କରିଥିବା ବେଳେ ୭ଟି ଛେଳି ଆହତ ହୋଇଥିଲେ। ଆହତ ଛେଳି, ମେଣ୍ଢା ମାନଙ୍କୁ ବ୍ଲକ ପଶୁ ଚିକିତ୍ସା ଅଧିକାରୀ ନରେଶ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ଆହତ ମେଣ୍ଢା ଓ ଛେଳି ମାନଙ୍କୁ ଚିକିତ୍ସା କରିଥିଲେ। କେ.ଅରକ୍ଷିତ ପାତ୍ରଙ୍କ ୧ ଟି, ଡି.କାଳୁ ପାତ୍ରଙ୍କ ୩ ଟି, ଦଣ୍ଡ ପାତ୍ରଙ୍କ ୨ ଟି ଓ କେ.ଜଗନ୍ନାଥ ପାତ୍ରଙ୍କ ୩ ଟି ଏହିଭଳି ମୋଟ ୯ ଟି ମେଣ୍ଢା ମୃତ୍ୟୁବରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.