Home ଅପରାଧ ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

738

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ବିଲିଗୁଡ଼ା ୯-୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତ୍ରଗତ କ.ନୂଆ ଗାଁ ବ୍ଲକ ଅଧିନସ୍ଥ ସାରଙ୍ଗ ଗଡ଼ ଥାନା ପାତ୍ତାଙ୍ଗୀ ପଞ୍ଚାୟତର ପଦା ସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀର ଟୋଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟଯେ, କୌଣସି କାରଣ ବଶତଃ ସ୍ୱାମୀ ପ୍ରଶାନ୍ତ ସ୍ତ୍ରୀ ସୁଦୀପ୍ତାଙ୍କ ମଧ୍ୟରେ ଶନିବାର ଦିନ ରାତିରେ ବଚଶା ହୋଇଥିଲା, ଏହି ବଚଶା ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତ୍କ୍ଷୀପ୍ତ ହୋଇ ସ୍ୱାମୀ ପ୍ରଶାନ୍ତ ସ୍ତ୍ରୀ ସୁଦିପ୍ତାର ମୁଣ୍ଡରେ ଚାଙ୍ଗିଆରେ ଚୋଟ ମାରିଥିଲା। ଘଟଣା ସ୍ଥଳରେ ସ୍ତ୍ରୀ ସୁଦୀପ୍ତାର ମୃତ୍ୟୁ ହୋଇଥିଲା। ଏହି ଖବର ସାରଙ୍ଗଗଡ଼ ଥାନା ଆଇଆଇସି ଶୁଭଲକ୍ଷ୍ମୀ ପୂଜାରୀ ପାଇବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଁଚି ପରିସ୍ଥିତିକୁ ଅନୁଧ୍ୟାନ କରି ଅଭିଯୁକ୍ତକୁ ଗିରଫ କରିବା ସହ ଶବକୁ ଜବତ କରି ବ୍ୟବଛେଦପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି। ଏ ନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.