ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ହାଜୀ ଅବୁଲ କାଶିମ ଖାଁଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱ କରିଥିଲେ ଏବଂ ବିଶିଷ୍ଟ ବୁଦ୍ଧିଜିବୀ ଏବଂ ଫେଲୋସିପ୍ର କର୍ମକର୍ତାମାନେ ଯୋଗଦାନ କରିଥିଲେ । ହାଜି ଅବଦୁଲ ମୁକିଦ ଖାଁ, ହରିପ୍ରସାଦ ନନ୍ଦ, କୈଳାସ ମହାପାତ୍ର, ପର୍ଶୁରାମ ଦ୍ୱିବେଦୀ, ପବନ ଶର୍ମା, ଅସରଫ ଅଲ୍ଲି, ସାନ୍ତନୁ ରାଉତ, ଅବଦୁଲଦୟାନ ଯିଆ, ମଦନ ମହାନ୍ତି, ପୁଷ୍ପାଞ୍ଜଳୀ ବେହେରା, ଲଲାଟେନ୍ଦୁ ମହାନ୍ତି, ବିଦ୍ୟାଧର ସାହୁ, ସେଖ ନିୟାଜ, ରାଜେନ୍ଦ୍ର ଜେନା, ମିର୍ଜା ଏଦାଜ୍ ବେଗ ଓ ଫେଲୋସିପ୍ ଅନୁଷ୍ଠାନର ସଂପାଦକ ଏସ୍.ଏମ୍.ଫାରୁକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ଉକ୍ତ ସଭାରେ ମୁସ୍ତାକ ଗୌହର ସଂଯୋଜନା କରିଥିଲେ ।








