Home ଜିଲ୍ଲା ପରିକ୍ରମା ଫେଲୋସିପ୍ ସଭାଗୃହରେ ୧୫ ଦିନିଆ ଇଂଟରସିପ୍ କାର୍ଯ୍ୟକ୍ରମ

ଫେଲୋସିପ୍ ସଭାଗୃହରେ ୧୫ ଦିନିଆ ଇଂଟରସିପ୍ କାର୍ଯ୍ୟକ୍ରମ

0

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୫ ଦିବସୀୟ କାର୍ଯ୍ୟକ୍ରମର ୪ର୍ଥ ଦିବସରେ ପୋଷଣ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମୀଣ ଯୋଜନା ଓ ଯୌତୁକ ପ୍ରଥା, ଖାଉଟି ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଜିର ବିଷୟ ବିଷାରଦଭାବେ ବରିଷ୍ଠ ଅଧିବକ୍ତା ଶିବପ୍ରସାଦ ମହାନ୍ତି ଓ ଜିଲ୍ଲା ପୋଷଣ ସଂଯୋଜକ ଏସ୍‌.କେ. ସିରାଜ୍ ଅକ୍ତର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରୋଗ୍ରାମ କୋଅଡ଼ିନେଟର ଲିପ୍ସା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଚରମ୍ପା କଲେଜ ଓ ପାଳିଆବିନ୍ଧା କଲେଜର ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.