Home ଜିଲ୍ଲା ପରିକ୍ରମା ଫେବୃୟାରୀ ୪ ରେ ଜିଲ୍ଲାସ୍ତରୀୟ ନୂଆ-ଓ ଉତ୍ସବ, ଚରମ୍ପା କଲେଜରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ସାଂସ୍କୃତିକ...

ଫେବୃୟାରୀ ୪ ରେ ଜିଲ୍ଲାସ୍ତରୀୟ ନୂଆ-ଓ ଉତ୍ସବ, ଚରମ୍ପା କଲେଜରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା

3

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଗାମୀ ଫେବୃୟାରୀ ୪ ରେ ଅନୁଷ୍ଠିତ ହେବାକୁ ଥିବା ଭଦ୍ରକ ଜିଲ୍ଲା ସ୍ତରୀୟ ନୂଆ-ଓ ଫେଷ୍ଟ ଉପଲକ୍ଷେ ଚରମ୍ପା ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ମତେ ମହାବିଦ୍ୟାଳୟର ଅଧ୍ୟକ୍ଷ ପୀତାମ୍ବର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମ୍ପାଦିତ ହୋଇଛି । ପ୍ରତିଯୋଗିତାରେ ଅନୁଷ୍ଠିତ ହୋଇଥିବା ସମୁଦାୟ ୮ଟି ବର୍ଗ ମଧ୍ୟରେ ଏକକ ନୃତ୍ୟରେ ୨୩ଜଣ, ଦଳଗତ ନୃତ୍ୟରେ ୧୮ଟି କଲେଜ, ଚାରୁ ଏବଂ କାରୁକଳାରେ ୧୧ ଜଣ, ଡ଼୍ରଇଁରେ ୧୩ଜଣ ପେଣ୍ଟିଂରେ ୧୦ ଜଣ, ଦଳଗତ ସଙ୍ଗୀତ ରେ ୩ ଜଣ, ଷ୍ଟାଣ୍ଡ ଅଫ୍ କମେଡ଼ିରେ ୧୨ ଜଣ ଓ ଏକକ ସଙ୍ଗୀତରେ ୧୫ ଜଣ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ସଙ୍ଗୀତ ପାଇଁ ସୁଦେଷ୍ଣା ମହାନ୍ତି, ନୃତ୍ୟ ପାଇଁ ରିଚିସ୍ମିତା ମହାନ୍ତି, କମେଡ଼ି ପାଇଁ ହେମନ୍ତ ନାୟକ ଓ ଡ଼୍ରଇଁ, ପେଣ୍ଟିଂ, ଚାରୁକାରୁକଳା ପାଇଁ ଚୂଡ଼ାମଣୀ ଦାସ ବିଚାରକ ଭାବେ ମୂଲ୍ୟାଙ୍କନ କରିଥିଲେ । ସୂଚନା ଯୋଗ୍ୟ କି ନୂଆ-ଓ ଯୋଜନାରେ କଲେଜ ପଢ଼ୁଆ ଯୁବଗୋଷ୍ଠୀ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ପ୍ରଥମେ ମହାବିଦ୍ୟାଳୟ ମାନଙ୍କରେ ବିଭିନ୍ନ ବର୍ଗରେ ପ୍ରତିଯୋଗିତା କରାଯାଇଥିଲା । ସେଥିରେ ଯୋଗ୍ୟ ବିବେଚିତ ପ୍ରତିଯୋଗୀ ମାନଙ୍କୁ ନେଇ ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବ୍ଲକ ସ୍ତରୀୟ ଯୋଗ୍ୟ ବିବେଚିତ ସାଂସ୍କୃତିକ ପ୍ରତିଯୋଗୀମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଏକକ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ କଲେଜରୁ ଆସିଥିବା ବହୁ ସଂଖ୍ୟାରେ ପ୍ରତିଯୋଗୀ ଅଧ୍ୟ୍‌ାପକ ଅଧ୍ୟାପିକା ମାନଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହୋଇଥିଲା । ମହାବିଦ୍ୟାଳୟର ସଭାପତି ପଦ୍ମନ ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ଅଧ୍ୟାପକ ତପନ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ପି.ଇ.ଟି ଆଲୋକ ସେନାପତିଙ୍କ ସହ ଅନ୍ୟ ଅଧ୍ୟାପକ ଆଦି ଶଙ୍କର କବି, ଲିଟୁନା ରଣା, ସୁନିଲ ପଣ୍ଡା, ସୁଶାନ୍ତ ଶଙ୍ଖୁଆ, ସିଦ୍ଧାନ୍ତ ଲାଲ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.