Home ଜିଲ୍ଲା ପରିକ୍ରମା ଧାମରା ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ପରଶୁତମ ରୂପାଲ

ଧାମରା ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ପରଶୁତମ ରୂପାଲ

13

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ଭାରତରେ ଆରମ୍ଭ ହୋଇଥିବା ସାଗର ପରିକ୍ରମା ୯ମ ପର୍ଯ୍ୟାୟ କାର୍ଯ୍ୟକ୍ରମ ୭ତାରିଖରୁ ତାମିଲନାଡୁ ରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ଆସନ୍ତା ୮ତାରିଖ ଦିନ ମତ୍ସ୍ୟ ଏବଂ ପଶୁ ସମ୍ପଦ କେନ୍ଦ୍ରମନ୍ତ୍ରୀ ପରଶୁତମ ରୂପାଲ ଧାମରାରେ ପହଂଚିବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଉପକୂଳ ଅଂଚଳରେ ରହୁଥିବା ସମସ୍ତ ମତ୍ସ୍ୟଜିବୀଙ୍କ ସହ ସେମାନଙ୍କର ଜୀବନ ଜୀବିକା ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀଙ୍କ ମତ୍ସ୍ୟ ସମ୍ପଦ ଯୋଜନା, ମାଛ ଚାଷ , ଆକ୍ୱାକଲଚର ଇନଫ୍ରାଷ୍ଟ୍ରକଚର ଡେଭୋଲପମେଂଟ ପ୍ଲାନ ,କିଶାନ କ୍ରେଡିଟ କାର୍ଡ ଏବଂ ରାଜ୍ୟ ମାନଙ୍କ ପାଇଁ ଉଦିଷ୍ଟ ମତ୍ସ୍ୟ ଯୋଜନା ଉପରେ ସମସ୍ତ ମତ୍ସ୍ୟଜିବୀଙ୍କ ସହ ଆଲୋଚନା କରିବା ସହ ଏହି ବିଷୟରେ ଅବଗତ କରାଇବେ ।କେନ୍ଦ୍ର ସରକାର ଆରମ୍ଭ କରିଥିବା ସାଗର ପରିକ୍ରମା କାର୍ଯ୍ୟ ମାଧ୍ୟମରେ ସରକାର ୮ଟି ପର୍ଯ୍ୟାୟରେ ୮ଟି ଉପକୂଳ ବର୍ତୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ରେ ଥିବା ଉପକୂଳ ବର୍ତୀ ଅଂଚଳରେ ବସବାସ କରୁଥିବା ସମସ୍ତ ମତ୍ସ୍ୟଜିବୀଙ୍କ ଙ୍କୁ ସମସ୍ତ ଯୋଜନା ବିଷୟରେ ଅବଗତ କରାଇସାରିଛନ୍ତି ।ଏହା ୯ମ ପର୍ଯ୍ୟାୟରେ ସଂପୃକ୍ତ କେନ୍ଦ୍ରମନ୍ତ୍ରୀ ତାମିଲନାଡୁ ,ପୁଡୁଚେରୀ ,ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟେରେ ଥିବା ସମସ୍ତ ଉପକୂଳ ବର୍ତୀ ଇଲାକାରେ ସମସ୍ତ ମତ୍ସ୍ୟଜିବୀଙ୍କୁ ଭେଟି ସମସ୍ତ ମତ୍ସ୍ୟ ଯୋଜନା ବିଷୟରେ ଅବଗତ କରାଇବେ । ଏଥିପାଇଁ ନେସନାଲ ଫିସରି ଡେଭଲୋପମେଂଟ ବୋର୍ଡ ପକ୍ଷରୁ ସମସ୍ତ ଆୟୋଜନ ହୋଇଥିବା ବେଳେ ଆସନ୍ତା ମଙ୍ଗଳବାର କେନ୍ଦ୍ର ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗୀୟ ମନ୍ତ୍ରୀ ଆସି ସକାଳ ୮.୩୦ରୁ ୯.୩୦ ପର୍ଯ୍ୟନ୍ତ କାଳୀନାଳୀ, ଚନ୍ଦନୀପାଳ ଏବଂ ଅମର ନଗରରେ ରହୁଥିବା ମତ୍ସ୍ୟଜିବୀଙ୍କ ସହ ଆଲୋଚନା କରିବା ପରେ ସକାଳ ୧୦ଟାରୁ ୧୧.୩୦ ପର୍ଯ୍ୟନ୍ତ ଧାମରା ମତ୍ସ୍ୟ ପୋତାଶ୍ରୟ ଠାରେ ଅନୁରୂପ ଭାବେ ସମସ୍ତ ମତ୍ସ୍ୟଜିବୀଙ୍କୁ ଭେଟି ସମସ୍ତ ଆଲୋଚନା କରିବା ସହ ଏକ ସଭା ରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.