Home Coronavirus Outbreak ପ୍ରେସକ୍ରିପସନ୍ ସାଙ୍ଗରେ ମଦ ଦିଅ: ମୁଖ୍ୟମନ୍ତ୍ରୀ

ପ୍ରେସକ୍ରିପସନ୍ ସାଙ୍ଗରେ ମଦ ଦିଅ: ମୁଖ୍ୟମନ୍ତ୍ରୀ

1033

ଭୁବନେଶ୍ୱର: କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ପାଇଁ ମଦ୍ୟପାନ ଉପରେ କରାଯାଇଥିବା ନିଷେଧାଦେଶ ଭାଇରସ୍ ଅପେକ୍ଷା ଅଧିକ ଲୋକଙ୍କୁ ହତ୍ୟା କରୁଛି। ତେଣୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଥିବା ଲୋକଙ୍କୁ ମଦ ଯୋଗାଇବା ପାଇଁ ଏକ୍ସାଇଜ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ। ଗତ ଏକ ସପ୍ତାହ ମଧ୍ୟରେ କେରଳରେ ଅତି କମରେ ସାତଟି ଆତ୍ମହତ୍ୟା ଘଟଣା ଘଟିଥିବା ପରେ ଭିଜୟନ ଏପରି କହିଛନ୍ତି।

ବଢ଼ିପାରେ ଆପଣଙ୍କ ମୋବାଇଲ ଭ୍ୟାଲିଡିଟି !

ତେବେ ମେଡିକାଲ୍ ଆସୋସିଏସନ, କେରଳ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ ମଦ ପ୍ରେସକ୍ରିପସନ୍ ଲେଖିବା ଦ୍ୱାରା ଚିକିତ୍ସା ଅଧିକାର ବାତିଲ ହୋଇପାରେ। ସେହିପରି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ମଧ୍ୟ କହିଛି ଯେ ମଦ୍ୟପାନ ପାଇଁ ଏକ ପ୍ରେସକ୍ରିପସନ୍ ଯୋଗାଇବା ପାଇଁ ଡାକ୍ତରମାନେ କୌଣସି ପ୍ରକାରେ ଆଇନଗତ ଭାବରେ ବାଧ୍ୟତାମୂଳକ ନୁହଁନ୍ତି। ମଦ୍ୟପାନ ବନ୍ଦ ଯୋଗୁଁ ଯଦି କାହାର ସେପରି କୌଣସି ଲକ୍ଷଣ ପ୍ରକାଶ ପାଉଛି, ତେବେ ସେମାନଙ୍କୁ ମେଡିକାଲ୍ ସାଇନ୍ସ୍ ଅନୁଯାୟୀ ଚିକିତ୍ସା ଦିଆଯିବା ଉଚିତ୍। ଏହା ଘରେ କିମ୍ବା ଡାକ୍ତରଖାନାରେ ଔଷଧ ଦ୍ୱାରା ଚିକିତ୍ସା କରାଯାଇପାରିବ। କିନ୍ତୁ ସେମାନଙ୍କୁ ମଦ୍ୟପାନ କରିବା ପାଇଁ ପ୍ରେସକ୍ରାଇବ୍ କରିବା ମେଡିକାଲ୍ ସାଇନ୍ସରେ ଗ୍ରହଣୀୟ ନୁହେଁ ବୋଲି ଆଇଏମଏ ଏକ ବିବୃତ୍ତିରେ କହିଛି। /-ଦେବଦତ୍ତ ରଥ

କରୋନା ଭାଇରସ୍: ଆସିଗଲା ଭ୍ୟାକ୍ସିନ୍ GPB21D!

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.