Home ଓଡ଼ିଶା ପୋଖରୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

ପୋଖରୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

193

ହରିଚନ୍ଦନପୁର, ତା ୩୦ ମାର୍ଚ୍ଚ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଗଣ୍ଡଡିହା ମଙ୍ଗଳପୁର ସାହିର ବିଭିଷଣ ନାଏକଙ୍କ ମୃତଦେହ ଆଜି ସକାଳ ସମୟରେ ଗ୍ରାମ ନିକଟସ୍ଥ ପୋଖରୀରୁ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକ ଓ ପରିବାର ଲୋକଙ୍କ କହିବା ଅନୁଯାୟୀ ବିଭିଷଣ ଗତ କାଲିଠାରୁ ଗାଧେଇବା ପାଇଁ ଘରୁ ଯାଇଥିଲେ , ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ପରିବାର ଲୋକେ ତାଙ୍କୁ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତା ପାଇନଥିଲେ ।

ଆଜି ସକାଳେ ବାଇପାସ୍ ନିକଟରେ ଥିବା ଏକ ପୋଖରୀ ମଧ୍ୟରେ ବିଭିଷଣଙ୍କ ମୃତଦେହ ଭାସୁଥିବା ଗ୍ରାମର କିଛି ଲୋକ ଦେଖି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନିବା ପରେ ହରିଚନ୍ଦନପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.