Home ଜିଲ୍ଲା ପରିକ୍ରମା ପ୍ରେମଲତା ଦାଶ ଆଗରପଡ଼ା କଲେଜର ନୂତନ ଅଧ୍ୟକ୍ଷା

ପ୍ରେମଲତା ଦାଶ ଆଗରପଡ଼ା କଲେଜର ନୂତନ ଅଧ୍ୟକ୍ଷା

6

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅଧ୍ୟାପିକା ପ୍ରେମଲତା ଦାଶ । ପୂର୍ବତନ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ଗତ ଜୁନ ମାସରେ ଅବସର ନେବା ପରେ ଏହି ପଦବୀ ଖାଲି ପଡିଥିଲା । ଶ୍ରୀମତୀ ଦାଶ କାର୍ଯ୍ୟଭାର ଗ୍ରହଣ କରିବା ପରେ ମହାବିଦ୍ୟାର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ବୁଦ୍ଧିଜୀବୀ ଓ ବିଶିଷ୍ଟ ଶିକ୍ଷାବିତ ପ୍ରମୁଖ ତାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ମହାବିଦ୍ୟାଳୟର ଉନ୍ନତୀ ମୂଳକ କାର୍ଯ୍ୟକ୍ରମ ସହ ସବୁ କ୍ଷେତ୍ରରେ ଆଗକୁ ନେବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀମତୀ ଦାଶ କହିଛନ୍ତି । ସୂଚନା ଯୋଗ୍ୟ ଶ୍ରୀମତୀ ଦାଶ ଆଗରପଡା ରାଉତରାପୁର ଗ୍ରାମର ପିତା ସ୍ୱର୍ଗତ ଆନନ୍ଦ ଚନ୍ଦ୍ର ଦାଶ ଓ ମାତା ଶ୍ରୀମତୀ ରମଣୀ ଦାଶଙ୍କ କନିଷ୍ଠ କନ୍ୟା ଅଟନ୍ତି । ସେ ଏହି ମହାବିଦ୍ୟାଳୟରେ ଓଡିଆ ଅଧ୍ୟାପିକା ଭାବେ ଶିକ୍ଷାଦାନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ମହାବିଦ୍ୟାଳୟର ବିଭିନ୍ନ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରି ନିଜ କାର୍ଯ୍ୟ ଦକ୍ଷତା ର ପ୍ରମାଣ ଦେଇ ପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.