Home Top News ପ୍ରିୟଙ୍କା ଗାନ୍ଧୀଙ୍କୁ ପୁଣି ଅଟକାଇଲା ପୋଲିସ୍‌ – ଆଗ୍ରାରେ ପୋଲିସ୍ ହେପାଜତରେ ଜଣେ ସୁଇପରଙ୍କ ମୃତ୍ୟୁ...

ପ୍ରିୟଙ୍କା ଗାନ୍ଧୀଙ୍କୁ ପୁଣି ଅଟକାଇଲା ପୋଲିସ୍‌ – ଆଗ୍ରାରେ ପୋଲିସ୍ ହେପାଜତରେ ଜଣେ ସୁଇପରଙ୍କ ମୃତ୍ୟୁ ଘଟଣାରେ ପରିବାରକୁ ଭେଟିବାକୁ ଆଗ୍ରା ଯାଉଥିଲେ

62

ଲକ୍ଷ୍ନୌ ୨୦-୧୦ (ଓଡ଼ିଆ ପୁଅ) ପୋଲିସ୍ ହେପାଜତରେ ଥିବା ବାଲ୍ମିକି ସମାଜ ଯୁବକଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ଆଗ୍ରାଠାରେ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି। ଯୁବକଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗ୍ରା ଏକ୍ସପ୍ରେସ ୱେରେ ଅଟକ ରଖାଯାଇଛି। ଅଭିଯୋଗ ହୋଇଛି ଯେ ଅରୁଣ କୁମାର ନାମକ ଜଣେ ସୁଇପର ପୋଲିସ ହେପାଜତରେ ମାଡ ମାରିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ବାଲ୍ମିକୀ ସମାଜର ଅରୁଣ କୁମାରଙ୍କୁ ଚୋରି ଅଭିଯୋଗରେ ପୋଲିସ ଗିରଫ କରିଥିଲା। ଆସନ୍ତା ବର୍ଷ ୟୁପିରେ ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଚଳିତ ମାସ ଆରମ୍ଭରୁ ୟୁପିର ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି।

ଆଗ୍ରା ଯିବା ସମୟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ପୋଲିସର ପରିସ୍ଥିତି ଏପରି ହୋଇଛି ଯେ ସେମାନେ କିଛି କହିପାରିବେ ନାହିଁ। ତାଙ୍କ ଅଧିକାରୀମାନେ ଏହା ମଧ୍ୟ ଜାଣନ୍ତି ଯେ ଏହା ଭୁଲ ଏବଂ ଏହା ପଛରେ କୌଣସି ଆଇନ କାନୁନ୍‌ ନାହିଁ। ଯେଉଁଠାରେ କୁହାଯାଉଛି ସେଠାରେ ୧୪୪ ଧାରା ଜାରୀ କରାଯାଇଛି।”

ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି ଯେ, ବାଲ୍ମୀକି ସମାଜର ଅରୁଣ ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ପରିବାର ନ୍ୟାୟ ଚାହୁଁଛନ୍ତି। ମୁଁ ପରିବାରକୁ ଭେଟିବାକୁ ଯିବାକୁ ଚାହୁଁଛି। ୟୁପି ସରକାର କ’ଣ ଭୟ କରୁଛନ୍ତି? ମୋତେ କାହିଁକି ଅଟକାଯାଉଛି? ”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.