Home Top News ମମିତାଙ୍କ ହତ୍ୟା ଘଟଣାରେ ବଡ଼ ଖୁଲାସା : ଗୋବିନ୍ଦ ଓ ଡ୍ରାଇଭର ବଖାଣିଲେ ହତ୍ୟାର କାହାଣୀ...

ମମିତାଙ୍କ ହତ୍ୟା ଘଟଣାରେ ବଡ଼ ଖୁଲାସା : ଗୋବିନ୍ଦ ଓ ଡ୍ରାଇଭର ବଖାଣିଲେ ହତ୍ୟାର କାହାଣୀ – ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କଲା ବିଜେପି ମହିଳା ମୋର୍ଚ୍ଚା

127

ବଲାଙ୍ଗୀର/କଳାହାଣ୍ଡି ୨୦-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତ୍ୟୁକୁ ନେଇ ତେଜିଛି ରାଜନୀତି। ଆଜି ଏହି ସମ୍ବେଦନଶୀଳ ଘଟଣାରେ ବିଜେଡି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିଜେପି। ସେପଟେ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭରକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି ପୋଲିସ। ମୃତ୍ୟୁ ଘଟଣାରେ ବଲାଙ୍ଗୀର ପୋଲିସ ପ୍ରଶାସନକୁ ବଡ଼ ସୂଚନା ମିଳିଥିବା ଜଣାଇଛନ୍ତି। ଗୋବିନ୍ଦ ଓ ଡ୍ରାଇଭରକୁ ଜେରା ପରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପଚରା, ଉଚରା ପରେ ମମିତା ମୃତ୍ୟୁ ଘଟଣାର ବଡ଼ ଖୁଲାସା ହୋଇଛି। ମହାଲିଙ୍ଗ ମିଷ୍ଟ୍ରିରେ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ଗୋବିନ୍ଦ। ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସ ଜେରା କରୁଛି। ଗୋବିନ୍ଦ ସହଯୋଗୀ ରାଧେ, ଜେସିବି ଡ୍ରାଇଭର, ଷ୍ଟାଡିୟମ ମୁନସିକୁ ପୋଲିସ ଅଟକ ରଖିଛନ୍ତି। ସେହିପରି ବଲାଙ୍ଗୀର କଳାହାଣ୍ଡି ପୋଲିସର ମିଳିତ ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ତଥା ବଲାଙ୍ଗୀର ଜିଲ୍ଲାର ସିଂନ୍ଧେକେଲା ପୋଲିସ ଅଧିନରେ ଆସୁଥିବା ଯୋଗୁଁ କେବଳ ଅଭିଯୁକ୍ତ ଗୋବିନ୍ଦକୁ ବଙ୍ଗୋମୁଣ୍ଡା ଜେ ଏମ ଏଫ ସି କୋର୍ଟ ହାଜର କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ଜେଏମଏଫସି କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା ପୁଲିସ। କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ପୋଲିସକୁ ଅନୁମତି ଦେଇଛନ୍ତି। ତାକୁ ଏହି ମାମଲାରେ ଅଧିକ ଜେରା କରାଯିବ। ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁର ପରକୀୟା ପ୍ରୀତି ଓ ଅନ୍ୟ କଳା କାରନାମା ସଂପର୍କରେ ମମିତା ଜାଣିଥିବାରୁ ତାଙ୍କୁ ସେ ହତ୍ୟା କରିଥିଲା ବୋଲି ଉତ୍ତରାଂଚଳ ଡିଆଇଡି ଦୀପକ କୁମାର ପ୍ରେସମିଟରେ ଖୁଲାସା କରିଛନ୍ତି।

ମିଳିଥିବା ଖବର ଅନୁଯାୟୀ, କାର ଭିତରେ ମମିତାଙ୍କୁ ହତ୍ୟା କରିଛି ଗୋବିନ୍ଦ। ଭବାନୀପାଟଣାରୁ ମାର୍କେଟିଂ ସାରି ମହାଲିଙ୍ଗ ସନସାଇନ ସ୍କୁଲକୁ ଯିବା ବାଟରେ କୁଦାସୀରା-ବୋଡ଼ା ରାସ୍ତାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲା।

ମିଳିଥିବା ସୂଚନା ମୁତାବକ, ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ ଗୋବିନ୍ଦ କହିଥିଲା। ଦିନକ ପରେ ଗାତ ପୋତିବା ପାଇଁ ଗୋବିନ୍ଦ କହିଥିଲା। ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡା ଯାଇଥିବା ସୂଚନା ମିଳିଛି। ମୃତଦେହରେ ଯଥେଷ୍ଟ ପରିମାଣର ଲୁଣ ଦିଆଯାଇଥିଲା। ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ହତ୍ୟା ଷଡ଼ଯନ୍ତ୍ର କରିଥଲା ଗୋବିନ୍ଦ। ଷଡଯନ୍ତ୍ର କରି ମମିତାଙ୍କୁ ଘରୁ ଡାକିଆଣି ଅଧା ରାସ୍ତାରୁ ଗାଡ଼ିରେ ନେଇଥିଲା ଗୋବିନ୍ଦ ସାହୁ। ଭବାନୀପାଟଣାରୁ ଫେରିବା ସମୟରେ ରାସ୍ତାରେ ହତ୍ୟା କରାଯାଇଥିଲା। ମମିତାଙ୍କୁ କାର ଭିତରେ ହିଁ ହତ୍ୟା କରିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡିଛି। ହତ୍ୟା ପରେ ମୃତଦେହକୁ ପୋଡ଼ିବା ପାଇଁ ଯୋଜନା ହୋଇଥିଲା। ଜେସିବି ଡ୍ରାଇଭରକୁ ଗାତ ଖୋଳିବାକୁ ନିର୍ଦ୍ଦେଶ ଦେଇଥିଲା ଗୋବିନ୍ଦ।

ବଲାଙ୍ଗିର ରେ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ବହିଷ୍କାର ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ଆଜି ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ବଲାଙ୍ଗିର ସହରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରିଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କୁ ଫେରାର କରିବାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ହାତ ରହିଥିଲା। ବଲାଙ୍ଗିର ଏମ୍ ପି ସଙ୍ଗୀତା କୁମାରୀ ସିଂହଦେଓ ଯୋଗ ଦେଇ ନିଜ ଉଦବୋଧନରେ ମମିତାଙ୍କ ମୃତ୍ୟୁ ପଛରେ ଶାସକ ଦଳ ର ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ପ୍ରମାଣିତ ହୋଇସାରିଛି ବୋଲି କହିଥିଲେ। ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ତୁରନ୍ତ ନିଜ ପଦରୁ ହଟିଯିବାକୁ ବିଜେପି ଦଳ ପକ୍ଷରୁ ଦାବି କରାଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନ ରେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ମହିଳା ଓ ବିଜେପି କର୍ମୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.