Home କଳାହାଣ୍ଡି ପ୍ରବାସୀ ମାନଙ୍କୁ ଫେରାଇ ଆଣିବାକୁ କଳାହାଣ୍ଡି ସାଂସଦଙ୍କ ସମେତ ବିଜେପିର ଦାବୀ

ପ୍ରବାସୀ ମାନଙ୍କୁ ଫେରାଇ ଆଣିବାକୁ କଳାହାଣ୍ଡି ସାଂସଦଙ୍କ ସମେତ ବିଜେପିର ଦାବୀ

236

କଳାହାଣ୍ଡି- ୧୯.୦୫.୨୦୨୦ ( ଓଡିଆପୁଅ) କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ନୂଆପଡା ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ପାଇଁ ନୂାାପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ସହ ଆଲୋଚନା କରିଥିଲେ । କୋଭିଡ୧୯ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରଦେଶରେ ନୂଆପଡା ଜିଲ୍ଲାର ପ୍ରାୟ ୬୦ହଜାର ଶ୍ରମିକ ନୂଆପଡ ଫେରିବାକୁ ପଂଜୀକରଣ କରିଥିବା ବେଳେ ମାତ୍ର ୫ ହଜାର ଶ୍ରମିକ ଅଦ୍ୟାବଧି ଫେରିଥିବା ଜଣାପଡିଛି । କେନ୍ଦ୍ର ସରକାର ସମସ୍ତ ଶ୍ରମିକଙ୍କୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ନିଜ ନିଜ ଅଂଚଳକୁ ପହଂଚାଇବା ବ୍ୟବସ୍ଥା କରୁଥିବା ବେଳେ ନୂଆପଡା ଜିଲ୍ଲାର ବଳକା ୫୫ ହଜାର ଶ୍ରମିକ ଙ୍କୁ ଆଣିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବା ପ୍ରକାଶ । ଆଗକୁ ଖରିଫ ଚାଷ ଆରମ୍ଭ ହେବାକୁ ଥିବା ବେଳେ ବିଭିନ୍ନ କାରଣ ନେଇ ଯେଉଁ ଯାତ୍ରୀ ମାନେ ବାହାରକୁ ଯାଇଥିଲେ ସେମାନେ ମଧ୍ୟ ଲକଡାଉନ ସ୍ଥିତିରେ ଏଯାବତ ଫେରିପାରିନାହାନ୍ତି । ସେମାନଙ୍କ ବ୍ୟତୀତ ଛାତ୍ର ମାନେ ମଧ୍ୟ ଅଟକି ଯାଇଥିବା ବେଳେ ତୁରନ୍ତ ସମସ୍ତଙ୍କୁ ଫେରାଇଆଣିବାକୁ ଦାବୀ ଜଣାଇଛନ୍ତି । ପର୍ଯ୍ୟାପ୍ତ ପରିମାଣରେ ମନରେଗା କାମ ଆରମ୍ଭ କରାଯାଇ ନିୟୋଜନ କରାଗଲେ ଶ୍ରମିକ ମାନେ ଉପକୃତ ହୋଇପାରିବେ ବୋଲି ସାଂସଦ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦଙ୍କ ସମେତ ରାଜ୍ୟ ଉପସଭାପତି ପ୍ରସନ୍ନ ପାଢୀଙ୍କ ତଥା ରାଜ୍ୟ କାର୍ଯ୍ୟକାରିଣୀ ମନିନ୍ଦର ଆର୍ଯ୍ୟ, ଜିଲ୍ଲା କାର୍ଯ୍ୟକର୍ତା ଅର୍ଜୁନ ଜଗତ ପ୍ରମୂଖ ଅନ୍ୟାନ୍ୟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.