Home Top News ପ୍ରଧାନ ବିଚାରପତିଙ୍କ ଶ୍ରୀମନ୍ଦିରରେ ଶ୍ରାଜୀଉଙ୍କ ଦର୍ଶନ

ପ୍ରଧାନ ବିଚାରପତିଙ୍କ ଶ୍ରୀମନ୍ଦିରରେ ଶ୍ରାଜୀଉଙ୍କ ଦର୍ଶନ

25

ପୁରୀ ୧୮-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସୁପ୍ରିମକୋର୍ଟର ଚିଫ ଜଷ୍ଟିସ ପୁରୀ ଆସି ଶ୍ରୀଜୀଉଙ୍କ ଆର୍ଶୀବାଦ ନେଇଛନ୍ତି। ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ପୁରୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇ ଥିଲା। ଖଣ୍ଡୁଆ ପାଟ ଦେଇ ସେବାୟତମାନେ ସ୍ୱାଗତ କରିଥଲେ। ମୁଖ୍ୟ ବିଚାରପତି ୟୁ ୟୁ ଲଳିତ ତାଙ୍କ ସହଧର୍ମିଣି ଅମିତା ଉଦୟ ଲଳିତଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ଆଶିଷ ନେଇଛନ୍ତି। ତାଙ୍କସହ ଆଡଭୋକେଟ ଜେନେରାଲ ଓ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀ ମନ୍ଦିର ଭିତରକୁ ଯାଇଥିଲେ। ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ବେଢାରେ ଥିବା ଅନ୍ୟ ଦେବଦେବୀ ମନ୍ଦିରଯାଇ ଠାକୁରଙ୍କ ଦର୍ଶନ ସାରି ପ୍ରତ୍ୟାବର୍ତ୍ତନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.