Home ଓଡ଼ିଶା ପ୍ରଧାନମନ୍ତ୍ରୀ ଫସଲ ବୀମା ଅବଧି ବଢ଼େଇବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ...

ପ୍ରଧାନମନ୍ତ୍ରୀ ଫସଲ ବୀମା ଅବଧି ବଢ଼େଇବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସାଂସଦ ସୁରେଶ ପୂଜାରୀ

211

ସମ୍ବଲପୁର, ୨୭/୭, (ଓଡ଼ିଆ ପୁଅ/ସରୋଜ ସାହୁ): ଚଳିତ ବର୍ଷ ଖରିଫ ଚାଷ ର ଫସଲ ବୀମା ପାଇଁ ଗତ ୨୨ ତାରିଖରେ ରାଜ୍ୟସରକାର କରିଥିବା ବିଜ୍ଞପ୍ତି ଜାରି କରିଛନ୍ତି। ଉକ୍ତ ବିଜ୍ଞପ୍ତି କୁ ଜିଲ୍ଲାପାଳ ମନେ ୨୩ ତାରିଖ ରେ ନିଜ ନିଜ ଜିଲ୍ଲା ରେ ପ୍ରକାଶିତ କରିଛନ୍ତି। ଏହି ଅନୁସାରେ ଚଳିତ ମାସ ଅର୍ଥାତ ଜୁଲାଇ ୩୧ ତାରିଖ ସୁଦ୍ଧା ଫସଲ ବୀମା ର ପ୍ରିମୀୟମ ଜମା କରିବାକୁ ଉଲ୍ଲେଖ ରହିଛି। କିନ୍ତୁ ବର୍ତ୍ତମାନ ସମ୍ବଲପୁର, ବରଗଡ଼, ଝାରସୁଗୁଡା ସମେତ ଅନେକ ଜିଲ୍ଲା ସଟଡାଉନ ରେ ଅଛି। କୋଭିଡ-୧୯ କଟକଣା ଯୋଗୁଁ ବ୍ୟାଙ୍କ ଗୁଡିକ ମଧ୍ୟ ୩୦% କର୍ମଚାରୀ ଙ୍କୁ ନେଇ କାମ କରୁଛନ୍ତି। ଏଭଳି ପରିସ୍ଥିତି ରେ ଏତିକି କମ ସମୟ ଭିତରେ ଫସଲ ବୀମା ର ପ୍ରମିୟମ ଦାଖଲ କରିବା ସମ୍ଭବପର ନୁହେଁ। ତେଣୁ ପ୍ରିମୀୟମ ଦାଖଲ ର ଶେଷ ତାରିଖ କୁ ଅଗଷ୍ଟ ୧୫ ଯାଏଁ ବୃଦ୍ଧି କରାଯିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ।

ସାଂସଦ ଶ୍ରୀ ପୂଜାରୀ ତାଙ୍କ ପତ୍ର ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ମିଳିତ ପରିବାର ର ଏକଜମାଲି ପଟ୍ଟା ରେ ଥିବା ଜମି ଗୁଡିକର ଫସଲ ବୀମା ଜମି ମାଲିକାନା ସତ୍ୱରେ ଥିବା ଅନ୍ୟ ସହଭାଗୀ ମାନଙ୍କର ଅନୁମତି ନେଇ ଇଚ୍ଛୁକ ଥିବା ଜମି ଗୁଡିକ କିଭଳି ମଧ୍ୟ ଫସଲ ବୀମା ଓ କୃଷି ଋଣ ରେ ଅନ୍ତର୍ଭୁକ୍ତ ହୋଇ ପାରିବ ସେଥି ପ୍ରତି ଦୃଷ୍ଟି ଦେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ବୋଲି କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.