Home Coronavirus Outbreak ସମ୍ବଲପୁର ଜିଲ୍ଲାରେ ପୁଣି ୧୭ ଜଣ କରୋନା ପଜିଟିଭ ଚି଼ହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧...

ସମ୍ବଲପୁର ଜିଲ୍ଲାରେ ପୁଣି ୧୭ ଜଣ କରୋନା ପଜିଟିଭ ଚି଼ହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ ରେ ପହଂଚିଲା

124

ସମ୍ବଲପୁର, ୨୭/୭, (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲାରେ ରବିବାର ପରି ଆଜି ସୋମବାର ମଧ୍ୟ ପୁଣି ଜିଲ୍ଲା ରେ ୧୭ ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୮୧ ରେ ପହଂଚିଛି। ଆଜି ଚି଼ହ୍ନଟ ୧୭ ଜଣ ଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି। ଚି଼ହ୍ନଟ ଙ୍କ ମଧ୍ୟରୁ ୧୪ ଜଣଙ୍କୁ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ ଟିମ ସମୟରେ ଚି଼ହ୍ନଟ ହୋଇ ଥିବା ପ୍ରଶାସନ ସୂଚନା ଦେଇଛି। ଚି଼ହ୍ନଟ ମାନଙ୍କ ମଧ୍ୟରେ ମହାନଗର ନିଗମ ଅଞ୍ଚଳ ରୁ ସମୁଦାୟ ୩ ଜଣ ରହିଥିବା ବେଳେ ରେଢ଼ାଖୋଲ ରୁ ସର୍ବାଧିକ ୮ ଜଣ ଏବଂ କୁଚିଣ୍ଡା ରୁ ୩ ଜଣ ମାନେଶ୍ଵର ରୁ ୨ ଜଣ ଏବଂ ଜଣେ ଜମନକିରା ବ୍ଲକ ରୁ ରହିଛନ୍ତି। ରେଢ଼ାଖୋଲ ରୁ ଚି଼ହ୍ନଟ ୮ ଜଣ ମଧ୍ୟରୁ ଜଣେ ତ୍ରିବଣପୁର ର ହୋଇଥିବା ବେଳେ ବାକି ୭ ଜଣ ରେଢ଼ାଖୋଲ ର ରହିଥିବା ଜଣାଯାଇଛି। ସେମାନଙ୍କ ବୟସ ୩୨ (ପୁରୁଷ ), ୪୪(ପୁରୁଷ ), ୪୮(ପୁରୁଷ), ୧୮(ପୁରୁଷ), ୧୫(ମହିଳା), ୩୪ (ମହିଳା ), ୧୫ (ମହିଳା), ଏବଂ ୧୯ (ପୁରୁଷ) ରହିଛି। କୁଚିଣ୍ଡା ରୁ ଚି଼ହ୍ନଟ ୩ ଜଣ ମଧ୍ୟରେ ୨ ଜଣ କୁସୁମୀ ର ଏବଂ ଜଣେ କୁଚିଣ୍ଡା ର ରହିଛନ୍ତି। କୁସୁମୀ ରୁ ଚି଼ହ୍ନଟ ଉଭୟେ ପୁରୁଷ ଏବଂ ବୟସ ୨୧ ଓ ୨୨ ରହିଛି। କୁଚିଣ୍ଡା ରୁ ଚି଼ହ୍ନଟ ଜଣଙ୍କ ୩୪ (ପୁରୁଷ ) ବୋଲି ଜଣାଯାଇଛି। ମହାନଗର ନିଗମ ଅଂଚଳ ରୁ ଚି଼ହ୍ନଟ ୩ ଜଣ ଯାକ ହେଲେ ଭତରା ରୁ ୨୯ (ମହିଳା), କ୍ଷେତରାଜପୁର ରୁ ୨୫ (ପୁରୁଷ), ଓ ଗିରିଶ କଲୋନୀ ରୁ ୨୬(ପୁରୁଷ)। ଠିକ ସେହିପରି ମାନେଶ୍ଵର ବ୍ଲକ ରୁ ଚି଼ହ୍ନଟ ୨ ଜଣ ଯାକ ବରଗାଁ ର ପୁରୁଷ ଏବଂ ବୟସ ୬୩ ଓ ୬୭ ରହିଛି। ଜମନକିରା ବ୍ଲକ ରୁ ଚି଼ହ୍ନଟ ଜଣକ ଭୋଜପୁର ବାସିନ୍ଦା ଏବଂ ବୟସ ୩୨ ପୁରୁଷ ରହିଛି।

ତେବେ ଆଜିର ସମସ୍ତ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି ଏବଂ ସମସ୍ତ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.