Home Top News ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ : ଓଡ଼ିଶା ସମେତ ଦେଶର...

ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ : ଓଡ଼ିଶା ସମେତ ଦେଶର ୨୨ ଲକ୍ଷ ଚାଷୀ ଲାଭ ପାଇବେ- ଧର୍ମେନ୍ଦ୍ର ପ୍ରଧାନ

92

ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ଓଡ଼ିଶା ସମେତ ଦେଶର ୨୨ ଲକ୍ଷ ଚାଷୀ ଲାଭ ପାଇବେ- ଧର୍ମେନ୍ଦ୍ର ପ୍ରଧାନ
– ୨୦୨୫-୨୬ ଯାଏଁ ପିଏମ କୃଷି ସିଂଚାଇ ଯୋଜନାର ସମ୍ପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
– ଦେଶରେ ସେମିକଣ୍ଡକ୍ଟର୍ସ ଏବଂ ଡ଼ିସପ୍ଲେ ମ୍ୟାନୁଫ୍ୟାକ୍ଚରିଂର ଇକୋସିଷ୍ଟମ ପାଇଁ ପୁଞ୍ଜିନିବେଶ ହେବ ୭୬ ହଜାର କୋଟି
– ଭିମ୍ ୟୁପିଆଇ ଟ୍ରାନଜାକ୍ସନକୁ ପ୍ରୋତ୍ସାହନ ଦେଶରେ ଡ଼ିଜିଟାଲ ପେମେଂଟକୁ ଗତି ଦେବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଡ଼ିସେମ୍ବର ୧୫ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାକୁ ଆର୍ଥିକ ବର୍ଷ ୨୦୨୫-୨୬ ପର୍ଯ୍ୟନ୍ତ ଜାରୀ ରଖିବା ନିଷ୍ପତିକୁ ଅନୁମୋଦନ ଦେବା ଦ୍ୱାରା ଓଡ଼ିଶା ସମେତ ଦେଶର ୨୨ ଲକ୍ଷ ଚାଷୀ ଲାଭ ପାଇବେ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଚାଷୀଙ୍କ କଲ୍ୟାଣ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାକୁ ଆର୍ଥିକ ବର୍ଷ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଜାରୀ ରଖିବା ପାଇଁ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଐତିହାସିକ ନିଷ୍ପତି ଦ୍ୱାରା ଦେଶର ୨.୫ ଲକ୍ଷ ଅନୁସୂଚିତ ଜାତି ଏବଂ ୨ ଲକ୍ଷ ଅନୁସୂଚିତ ଜନଜାତି ବର୍ଗର ଚାଷୀଙ୍କ ସମେତ ୨୨ ଲକ୍ଷ ଚାଷୀ ଲାଭ ପାଇବେ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କ୍ୟାବିନେଟର ଅନ୍ୟ ଏକ ନିଷ୍ପତି ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ର କ୍ୟାବିନେଟ ଦେଶରେ ସେମିକଣ୍ଡକ୍ଟର୍ସ ଏବଂ ଡ଼ିସପ୍ଲେ ମ୍ୟାନୁଫ୍ୟାକ୍ଚରିଂର ଏକ ଇକୋସିଷ୍ଟମ ତିଆରି କରିବା ପାଇଁ ଏକ ମହତ୍ୱକାଂକ୍ଷୀ ଯୋଜନାକୁ ମଞ୍ଜୁର ଦେଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଗାମୀ ୬ ବର୍ଷ ମଧ୍ୟରେ ୭୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବାର ଯୋଜନା କରାଯାଇଛି। ଭାରତକୁ ଏକ ବିଶ୍ୱସ୍ତରୀୟ ଇଲୋକ୍ଟ୍ରୋନିକ ହବରେ ଭାବରେ ବିକଶିତ କରିବା, ମେକ୍ ଇନ୍ ଇଣ୍ଡିଆକୁ ଗତି ଦେବା, ସେମିକଣ୍ଡକ୍ଟର ଚିପ୍ସର ଡ଼ିଜାଇନ, ଫେବ୍ରିକେସନ, ପ୍ୟାକେଜିଂ ଏବଂ ଚେଷ୍ଟିଂ କ୍ଷେତ୍ରରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ତିଆରି କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।

ଏହାବ୍ୟତିତ ରୂପେ ଡେବିଟ୍ କାର୍ଡ ତଥା କମ୍ ମୂଲ୍ୟର ଭିମ୍ ୟୁପିଆଇ ଟ୍ରାନଜାକ୍ସନକୁ ପ୍ରୋତ୍ସାହନ ଦେବା ପାଇଁ ୧୩୦୦ କୋଟିର ସହାୟତା ରାଶିକୁ କ୍ୟାବିନେଟ୍ ମଞ୍ଜୁର ଦେଇଛି। ଏହି ନିଷ୍ପତି ଡ଼ିଜିଟାଲ ପେମେଂଟ ବ୍ୟବସ୍ଥାକୁ ଅଧିକ ବଢ଼ାଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.