Home ଜିଲ୍ଲା ପରିକ୍ରମା ଚାପିଦେଲା ଟ୍ରକ୍‌, ଚାଲିଗଲା ଜୀବନ, ସାବରଙ୍ଗ ନିକଟରେ ସଡକ ଦୁର୍ଘଟଣା, ୩ ମୃତ

ଚାପିଦେଲା ଟ୍ରକ୍‌, ଚାଲିଗଲା ଜୀବନ, ସାବରଙ୍ଗ ନିକଟରେ ସଡକ ଦୁର୍ଘଟଣା, ୩ ମୃତ

27

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ । ଭଦ୍ରକ ବାସୁଦେବପୁର ରାସ୍ତାର ସାବରଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକମାନେ ବାସୁଦେବପୁର ଥାନା ଏଡତାଳ ଅଂଚଳର ଦୈତାରି ବେହେରା, ପ୍ରକାଶ ଦଳେଇ ଓ ଚଣ୍ଡିଗାଁ ଅଂଚଳର ସୁଃଶାସନ ମହାପାତ୍ର ବୋଲି ସୂଚନା ମିଳିଛି । ପ୍ରାପ୍ତ ଖବର ଅନୁଯାୟୀ ଭଦ୍ରକ ବାସୁଦେବପୁର ରାସ୍ତାର ସାବରଙ୍ଗ ହାଇସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମୃତକ ତିନିଜଣଙ୍କ ମଧ୍ୟରୁ ଦୁଇଜଣ ଧାମରା ଅଂଚଳରେ ରୋଷେୟା ଓ ଅନ୍ୟ ଜଣେ ବନ୍ଦର ନିକଟରେ କାର୍ଯ୍ୟ କରୁଥିଲେ । ଗତକାଲି ଧାମରାରୁ ଫେରିବା ବେଳେ ଦୁଃଶାସନଙ୍କୁ ଚଣ୍ଡିଗାଁରେ ଛାଡି ଅନ୍ୟ ଦୁଇଜଣ ବାସୁଦେବପୁର ଥାନା ଏଡତାଳ ଫେରିଥାନ୍ତେ । କିନ୍ତୁ ସାବରଙ୍ଗ ହାଇସ୍କୁଲ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ବାଇକ୍‌କୁ ଧକ୍କା ଦେଇଥିଲା । ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କର ଭଦ୍ରକ ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.