Home Coronavirus Outbreak ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାତି ୯ଟାରେ ୯ ମିନିଟ୍ ପାଇଁ ସପରିବାର ଦୀପ ଜାଳିଲେ କେନ୍ଦ୍ରମନ୍ତ୍ରୀ...

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାତି ୯ଟାରେ ୯ ମିନିଟ୍ ପାଇଁ ସପରିବାର ଦୀପ ଜାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

427

ନୂଆଦିଲ୍ଲୀ ଏପ୍ରିଲ ୦୫ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ନୂଆଦିଲ୍ଲୀରେ ପରିବାର ସହ ଦୀପ ଜାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ମହାମାରୀ ଲଢେଇରେ ଆମ ମାନଙ୍କର ସାମାଜିକ ଦୁରତ୍ୱ ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବିଜୟକୁ ସୁନିଶ୍ଚିତ କରିବ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି। ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସମସ୍ତ ଦେଶବାସୀଙ୍କ ସହ ମୁଁ ଏବଂ ମୋର ପରିବାର କରୋନା ମହାମାରୀ କାରଣରୁ ସମାଜରେ ବୃଦ୍ଧି ପାଉଥିବା ନିରାଶାର ଅନ୍ଧକାର ବିରୋଧରେ ଦୀପ ପ୍ରଜ୍ୱଳିତ କଲି।

ଏହି ସଙ୍କଟ ବିରୁଦ୍ଧରେ ଆମ ମାନଙ୍କର ସାମାଜିକ ଦୁରତା ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବିଜୟକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.