Home Coronavirus Outbreak କେବଳ ଭୁବନେଶ୍ୱରରେ ପ୍ରାୟ ୩୦ କରୋନା ଆକ୍ରାନ୍ତ – ସରକାରଙ୍କ ପକ୍ଷରୁ ଆଡଭାଇଜୋରୀ ଜାରୀ

କେବଳ ଭୁବନେଶ୍ୱରରେ ପ୍ରାୟ ୩୦ କରୋନା ଆକ୍ରାନ୍ତ – ସରକାରଙ୍କ ପକ୍ଷରୁ ଆଡଭାଇଜୋରୀ ଜାରୀ

541

ଭୁବନେଶ୍ୱର ୬-୪ (ଓଡ଼ିଆ ପୁଅ) ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୧୬ ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ କୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ୩୨ ଜଣ ଭଦ୍ରକରୁ ୩ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ କଟକ, ପୁରୀ, ଯାଜପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଚିକିତ୍ସାଧିନ ଅଛନ୍ତି। ୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ଗତକାଲି ଅପରାହ୍ଣରେ ଭୁବନେଶ୍ୱରରେ ୨ଟି ପଜିଟିଭ ଚିହ୍ନ ହୋଇଥିଲା। କପିଳ ପ୍ରସାଦରେ ଜଣେ ୭୦ ବର୍ଷିୟ ବ୍ୟକ୍ତିଙ୍କ ନମୂନା ପଜିଟିଭ ଆସିଥିଲା ଉକ୍ତ ବ୍ୟକ୍ତି ଜଣଙ୍କ ଅଷ୍ଟ୍ରେଲିଆରୁ ଫେରିଥିଲେ। ସେହିପରି ବମିଖାଲର ଜଣେ ଯୁବକ ମଧ୍ୟ ଆକ୍ରାନ୍ତ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ COVID-19 ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରଭାବିତ ଅଞ୍ଚଳରେ ଥିବା ଲୋକଙ୍କ ପାଇଁ ମୌଳିକ ଯୋଗାଣ ବ୍ୟବସ୍ଥା କରିବା ଏବଂ ଘର ସର୍ଭେ କରୁଥିବା ଡାକ୍ତର ଏବଂ ଆଗଧାଡ଼ିର କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ର ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱରରେ ପ୍ରାୟ ୩୦ ଟି ସକ୍ରିୟ COVID-19 ସକରାତ୍ମକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂର୍ଯ୍ୟ ନଗର ଏବଂ ବମିଖାଲରେ ନିଶ୍ଚିତ ହୋଇଥିବା ପ୍ରଥମ ମାମଲା ସହିତ ସଂଯୁକ୍ତ। ବମିଖାଲର ପ୍ରାୟ ସମସ୍ତ ମାମଲା ଗୋଟିଏ ପରିବାରର। ଉଭୟ କ୍ଲଷ୍ଟର ସିଲ୍ କରାଯାଇଥିବା ବେଳେ ଉକ୍ତ ଅଞ୍ଚଳ ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ତେବେ ପ୍ରଶାସନ ପକ୍ଷରୁ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି।

ପୋଲିସ୍ କମିଶନର ଡ. ସୁଧାଂଶୁ ଷଢ଼ଙ୍ଗୀ କହିଛନ୍ତିଯେ, ପରିବା, ରାସନ, ମେଡିସିନ୍ ଆଦି କିଣିବା ପାଇଁ କୌଣସି ବାଇକ୍ କିମ୍ବା କାର୍ ବ୍ୟବହାର କରାଯାଇପାରିବ ନାହିଁ। ଏହା କରାଗଲେ ବାହାନକୁ ଜବତ କରାଯିବ। ବାହାନ ପାସ୍ ବିନା କୌଣସି ଯାନକୁ ବଜାରରେ ଦେଖାଗଲେ ଯାନକୁ ଜବତ କରାଯିବ। ତେଣୁ ଏସବୁ କିଣିବା ପାଇଁ ନିକଟସ୍ଥ ଦୋକାନକୁ ଚାଲିକରି ଯିବାକୁ ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ୧୦୦ ନମ୍ବର ଡାଏଲ କରି ପୋଲିସ୍ ପ୍ରଶାସନକୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଛି।

ତେବେ କରୋନାକୁ ପ୍ରତିହତ କରିବା ପାଇଁ ଜନସାଧାରଣଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତିଯେ, ଘରେ ରୁହନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ। ଲକ୍ ଡାଉନ୍ ନିର୍ଦ୍ଦେଶକୁ ସମ୍ମାନ ଦିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ସଂଦିଗ୍ଧ ଏବଂ ସମ୍ପର୍କିତ ବ୍ୟକ୍ତିଙ୍କ ପରୀକ୍ଷା କରାଯିବ। ଜନ ସାଧାରଣ ଅଯଥା ଆତଙ୍କିତ ନହେବା ସହିତ ଘରେ ରହିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.