Home ଆନ୍ତର୍ଜାତୀୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସେଂଟ ଭିନସେଂଟ ଓ ଗ୍ରେନେଡାଇନ୍ସର ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସେଂଟ ଭିନସେଂଟ ଓ ଗ୍ରେନେଡାଇନ୍ସର ପ୍ରଧାନମନ୍ତ୍ରୀ

349

ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଆଜି ସେଂଟ ଭିନସେଂଟ ଓ ଗ୍ରେନେଡାଇନ୍ସର ପ୍ରଧାନମନ୍ତ୍ରୀ ମାନନୀୟ ଡ. ରାଲ୍ଫ ଏଭରାର୍ଡ ଗୋନସାଲଭିସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେଂଟ ଭିନସେଂଟ ଏବଂ ଗ୍ରେନେଡାଇନ୍ସର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ଗୋନସାଲଭିସ ଭାରତ ଗସ୍ତରେ ଆସିଛନ୍ତି। ସେ ମଧ୍ୟ ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ଉଚ୍ଚସ୍ତରୀୟ ମିଳିତ ଜାତିସଂଘ (ୟୁଏନସିସିଡି) ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ସେଂଟ ଭିନସେଂଟ ଏବଂ ଗ୍ରେନେଡାଇନ୍ସ ସମେତ କାରିବିୟାନ ଓ ଲାଟିନ ଆମେରିକୀୟ ରାଷ୍ଟ୍ରରେ ଭାରତ ପାଇଁ ରହିଥିବା ବ୍ୟାପକ ସଦଭାବନା ବିଷୟରେ ପ୍ରଧାନମନ୍ତ୍ରୀ ଗୋନସାଲଭିସ ଉଲ୍ଲେଖ କରିଥିଲେ। ଏହି କ୍ଷେତ୍ର ପାଇଁ ଭାରତର ବିକାଶମୂଳକ ସହଯୋଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଲାଗି ନିୟମିତ ସହାୟତାକୁ ସେ ପ୍ରଶଂସା କରିଥିଲେ।

ଅନ୍ତର୍ଜାତୀୟ ମଂଚ ସମେତ ଦୁଇ ଦେଶ ମଧ୍ୟରେ ରହିଥିବା ନିବିଡ଼ ସହଯୋଗ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। “ସବୁଠୁ କ୍ଷୁଦ୍ର ରାଷ୍ଟ୍ର” ଭାବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପେ ନିର୍ବାଚିତ ହେବାର ଐତିହାସିକ ଉପଲବ୍ଧି ପାଇଁ ସେଂଟ ଭିନସେଂଟ ଓ ଗ୍ରେନେଡାଇନ୍ସକୁ ଅଭିନନ୍ଦନ ଜଣାଇଥିଲେ।

ଦକ୍ଷତା ବିକାଶ, ତାଲିମ, ଶିକ୍ଷା, ଅର୍ଥ, ସଂସ୍କୃତି ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ସମେତ ଦୁଇ ଦେଶ ମଧ୍ୟରେ ସମ୍ପ୍ରସାରିତ ସହଯୋଗ ଲାଗି ଦୁଇ ନେତା ସହମତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.