Home କେନ୍ଦ୍ରାପଡ଼ା ପୌରସଂସ୍ଥା କାର୍ଯ୍ୟାଳୟ ସନ୍ନିକଟ ପୋଖରୀର ପୁନରୁଦ୍ଧାର ଓ ସୈାନ୍ଧର୍ଯ୍ୟକରଣ କାର୍ଯ୍ୟ ପାଇଁ ସ୍ଥାନୀୟ ଅଧିବାସୀଙ୍କୁ ନୋଟିସ

ପୌରସଂସ୍ଥା କାର୍ଯ୍ୟାଳୟ ସନ୍ନିକଟ ପୋଖରୀର ପୁନରୁଦ୍ଧାର ଓ ସୈାନ୍ଧର୍ଯ୍ୟକରଣ କାର୍ଯ୍ୟ ପାଇଁ ସ୍ଥାନୀୟ ଅଧିବାସୀଙ୍କୁ ନୋଟିସ

15

କେନ୍ଦ୍ରାପଡା, ୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ପୌରସଂସ୍ଥା କାର୍ଯ୍ୟାଳୟ ସନ୍ନିକଟରେ ଥିବା ପୁଷ୍କରିଣୀର ପୁନରୁଦ୍ଧାର ଓ ସୈାନ୍ଧର୍ଯ୍ୟକରଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ ପରେ ସ୍ଥାନୀୟ ଅଧିବାସୀମାନଙ୍କୁ ସେହି ପୁଷ୍କରିଣୀ ଭିତରକୁ ଅଳିଆ ଆବର୍ଜ୍ଜନା ଓ ନଳା ପାଣି ନଛାଡିବାକୁ ପୌରସଂସ୍ଥା ପକ୍ଷରୁ ନୋଟିସ ପ୍ରଦାନ କରାଯାଇଛି। ସେହ ପୁଷ୍କରିଣୀର ପୁନରୁଦ୍ଧାର ଓ ସୈାନ୍ଧର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ସେହି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ନକରିବା ପାଇଁ ଏହି ନୋଟିସ ପ୍ରଦାନ କରାଯାଇଛି। ଏହି ନୋଟିସ ପାଇବା ପରେ ସଂପୃକ୍ତ ଅଚଂଳର କେତେକ ଅଧିବାସୀ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଗୃହର ଆବର୍ଜ୍ଜନା ପାଣି ନାଳଦେଇ ସେହି ପୁଷ୍କରିଣୀ ମଧ୍ୟଙ୍କୁ ପୂର୍ବରୁ ନିଷ୍କାସିତ ହେଉଥିଲା। ତେଣୁ ଏବେ ସେହି ପୁଷ୍କରିଣୀର ପୁନରୁଦ୍ଧାର ହେଉଥିବାରୁ ଆଉ ସେହି ପୁଷ୍କରିଣୀ ମଧ୍ୟକୁ ଏସବୁ ନଳାର ପାଣି ଯାଇପାରିବ ନାହିଁ। ଫଳରେ ସେମାନଙ୍କ ଗୃହରୁ ନାଳପାଣି ନିଷ୍କାସିତ ହେବା ନିମନ୍ତେ ପୌରସଂସ୍ଥା ଡ୍ରେନେଜ ବ୍ୟବସ୍ଥା କରିବାକୁ ଅଧିବାସୀମାନେ ନିବେଦନ କରିଛନ୍ତି। ଇଜାଜ ଅହେମ୍ମଦ, ରେଶ୍ମୀ ବେଗମ, ଅଫସାନା ବିବି, ରେହାନା ବିବି, ସଲିମ ବକ୍ସ, ନସିମ ଅଖତର, ବସିରନ ବିବି, ସୁହାନା ବିବି, ସେକ ସମିମ ଅଖତର ପ୍ରମୁଖ ପୌର ନିର୍ବାହୀ ଅଧିକାରୀଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.