Home ଜିଲ୍ଲା ପରିକ୍ରମା ପୌରପରିଷଦ ଡ୍ରେନରେ ଖସିପଡି ଯୁବକର ମୃତ୍ୟୁ

ପୌରପରିଷଦ ଡ୍ରେନରେ ଖସିପଡି ଯୁବକର ମୃତ୍ୟୁ

103

ମାଲକାନଗିରି,୧୫ା୨(ଓଡିଆ ପୁଅ ) ମାଲକାନଗିରି ପୌରପରିଷଦର ଡ୍ରେନରେ ଖସିପଡି ଜଣେଯୁବକର ମୃତ୍ୟୁଘଟିଛି । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ହାଇଟେକ କଲୋନିର ସୁଧିର ବସନ୍ତିଆ(୩୫) ନାମକ ଜଣେ ଯୁବକ ଗତ ରାତ୍ରରେ ବଜାର ରୁ କାମସାରି ନିଜଘରକୁ ଫେରୁଥିବା ସମୟରେ ହାଇଟେକ କଲୋନି ପ୍ରବେଶଦ୍ୱାରରେ ଥିବା ପୌରପରିଷଦର ଡ୍ରେନପାଣିରେ ଆନ୍ଧାରରେ ଖସିପଡିଥିଲେ । ସେ ଘରକୁ କାହିଁକି ଫେରିଲେ ନାହିଁ ବୋଲି ଘରଲୋକେ ବହୁତ ଖୋଜା ଖୋଜି କଲାପରେ ଡ୍ରେନ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା କରିବାପାଇଁ ମାଲକାନଗିରି ଜିଲ୍ଲା ହସପିଟାଲକୁ ନେଉଥିବା ସମୟରେ ତାଙ୍କର ମୃତ୍ୟୁହୋଇଯାଇ ଥିଲା । ସୁଚନା ଯୋଗ୍ୟ ଯେ ହାଇଟେକ କଲୋନିରେ ଥିବା ଡ୍ରେନଗୁଡିକ ସଫାକରାଯାଉ ନଥିବାରୁ ଡ୍ରେନରେ ପାଣି ଆବର୍ଜନା,ଦଳ ଭର୍ତିହୋଇଗଲାଣି, ଡ୍ରେନରେ ଗୋଟିଏ କଲଭଟ କରିବାପାଇଁ କଲୋନୀ ବାସୀ ବାରମ୍ବାର ଦାବିକରିଆସୁଥିଲେ ମଧ୍ୟ ପୌରପରିଷଦ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି, ସେଠାରେ କଲଭଟ ଟିଏ ନିର୍ମାଣକରାଯାଇ ଥିଲେ ଏପରି ଅଘଟଣ ଘଟି ନଥାନ୍ତା ବୋଲି କଲେନୀ ବାସି କହିଛନ୍ତି । ମୃତ ବସନ୍ତିଆ ଜଣେ ଅତ୍ୟନ୍ତ ଗରିବ ବ୍ୟକ୍ତି,ତାଙ୍କର ଘରକୁ ସ୍ତ୍ରୀ ଓ ଛୋଟିଆ ପୁଅଟିଏ ଅଛି, ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗିପଡିଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.