Home ଓଡ଼ିଶା ପୌରପରିଷଦର ଅବହେଳା ପାଇଁ ଡ୍ରେନ ନଥିବାରୁ ବର୍ଷାପାଣି ପସିଲା ବସ୍ତିବାସୀନ୍ଦା ଙ୍କ ଘରେ

ପୌରପରିଷଦର ଅବହେଳା ପାଇଁ ଡ୍ରେନ ନଥିବାରୁ ବର୍ଷାପାଣି ପସିଲା ବସ୍ତିବାସୀନ୍ଦା ଙ୍କ ଘରେ

99

ମାଲକାନଗିରି,୧୬ା୬( ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଉନ୍ନୟନ ମୁଳକ କାର୍ଯ୍ୟର ତ୍ୱାରାନିତ୍ୱ ହେଉଥିବାର ସରକାର ଡିଣ୍ଡିମ ପିଟୁଥିବା ବେଲେ ପୌରପରିଷଦର ଖାମଖିଆଲି ନିତି ଓ ଅବହେଳା ପାଇଁ ସାହି ବସ୍ତିରେ ଡ୍ରେନ ନିର୍ମାଣ କରାଯାଇ ନଥିବାରୁ ବର୍ଷାପାଣି ପସୁଛି କଲୋନି ବାସୀଙ୍କ ଘରେ । ମାଲକାନଗିରି ପୌରପରିଷଦ ଅନ୍ତର୍ଗତ ଓ୍ୟାର୍ଡ ନମ୍ବର ୫ ଦୁର୍ଗାଗୁଡି ସାହି ଦୁର୍ଗାମନ୍ଦିର ନିକଟ ବସ୍ତିରେ ଡ୍ରେନ ଟିଏ ନଥିବାରୁ ବର୍ଷାହେଲେ କଲୋନୀର ସମସ୍ତବର୍ଷା ପାଣି ବସ୍ତିବାସିନ୍ଦାଙ୍କ ଘରେ ପ୍ରବେଶ କରି କୃତିମ ବନ୍ୟାସୃଷ୍ଟି ହୋଇ ଘରୋଇ ଆସବାପତ୍ର ସମସ୍ତ ବର୍ଷା ଜଳରେ ଓଦା ହୋଇ ନଷ୍ଟ ହୋଇଥାଏ । ଦୀର୍ଘ୧୨ବର୍ଷହେଲା ଏହି କଲୋନୀର ୧୦ ଘର ଟ୍ୟାକ୍ସ ବାନ୍ଧିଆସୁଥିଲେ ମଧ୍ୟ ସେମାନଙ୍କ ଘରନିକଟରେ ବର୍ଷାପାଣି ନିସ୍କାନ ପାଇଁ ଆଜି ପର୍ଯ୍ୟନ୍ତ ଡ୍ରେନଟିଏ ନିର୍ମାଣ ହୋଇ ପାରିନଥିବାରୁ ବର୍ଷା ଅଷଡାଏ ହେଲେ ସବୁ ପାଣି ସେମାନଙ୍କ ଘରଭିତରକୁ ପ୍ରବେଶ କରି ଯତାୟତରେ ବାଧାସୃଷ୍ଟି କରିଥାଏ ।ଗତ କାଲିର ବର୍ଷାରେ ସେହି କଲୋନିରେ କୃତିମ ବନ୍ୟାସୃଷ୍ଟି ହୋଇ ବସ୍ତିବାସିନ୍ଦାଙ୍କ ଘରଭିତରକୁ ବର୍ଷାପାଣି ପ୍ରବେଶ କରି ଘରୋଇ ଉପକରଣ ନଷ୍ଟ ହୋଇଯାଇଥିବାର ଜଣାପଡିଛି । ତୁରନ୍ତ ଦୁର୍ଗାଗୁଡିସାହ ଦୁର୍ଗାମନ୍ଦିର ପଛପାଖରେ ପାଣିନିସ୍କାସନ ପାଇଁ ଏକ ଡ୍ରେନ ନିର୍ମାଣ କରିବା ପାଇଁ ବାଲରାଜୁ ରଥଙ୍କ ସହିତ ବସ୍ତିବାସିନ୍ଦା ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.