Home ଅପରାଧ ୩ବର୍ଷିୟା ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ସଂପର୍କୀୟ ମାମୁଁ ଗିରଫ୍

୩ବର୍ଷିୟା ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ସଂପର୍କୀୟ ମାମୁଁ ଗିରଫ୍

292

ବଡ଼ବିଲ, ତା ୧୬ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ପୁଣି ଲଜ୍ଜା । ୩ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁ ଅଞ୍ଚଳରେ ଗତ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି । ଏନେଇ ଗତକାଲି ସନ୍ଧ୍ୟାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ବଡ଼ବିଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଗତ ଶନିବାର ପୀଡ଼ିତା ଶିଶୁକନ୍ୟା, ଅନ୍ୟ ପିଲାଙ୍କ ସହ ଘରପାଖରେ ରଜ ଦୋଳି ଖେଳୁଥିଲେ । ଏହି ସମୟରେ ସଂପର୍କୀୟ ମାମୁଁ ଖାଇବାର ପ୍ରଲୋଭନ ଦେଖାଇ ତାକୁ ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଫେରାର ଥିବା ଅଭିଯୁକ୍ତ ମାମୁଁଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । ଆଜି ପୀଡ଼ିତା ଶିଶୁକନ୍ୟାର ଡ଼ାକ୍ତରୀମାଇନା କରାଯାଇଛି । ଅଭିଯୁକ୍ତ ମାମୁଁଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.