Home ଅନୁଗୁଳ ପୋଲ ତଳକୁ ଖସିଲା କାର; ଜଣେ ମୃତ

ପୋଲ ତଳକୁ ଖସିଲା କାର; ଜଣେ ମୃତ

390

ତାଳଚେର, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ପୋଲ ତଳକୁ ଖସିଲା କାର। ତାଳଚେର ଥାନା ଅନ୍ତର୍ଗତ ଗୋଡିବନ୍ଧ ନିକଟସ୍ଥ ଶିବରାମପୁର-କନ୍ଧବେରେଣି ରାସ୍ତାରେ ଗତକାଲି ରାତିରେ ଏକ ମାରୁତି ଅଲ୍ଟୋ କାର ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତି ୧୧ଟା ସମୟରେ ତାଳଚେର ବିରବରପଲ୍ଲୀ ଅରୁଣ ସିଂହଙ୍କ ଏକମାତ୍ର ପୁଅ ଅମିତ କୁମାର ସିଂହ କାର ଚଳାଇ ଅନ୍ୟ ଜଣକ ସହ ଉକ୍ତ ରାସ୍ତାରେ ଯାଉଥିଲେ। ତେବେ ରାସ୍ତା ବୁଲାଣି ସମୟରଜ ରାସ୍ତାକୁ ଲାଗି ଥିବା ଏକ ଜଳାଶୟକୁ ଅନ୍ଧାରରେ ଜାଣିନପାରି କାର ସହ ପୋଲ ତଳକୁ ଖସି ପଡ଼ିଥିଲେ।ଖବର ପାଇ ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚି କାର ଭିତରୁ ଉଭୟଙ୍କୁ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଅମିତଙ୍କୁ ମୃତ ଘୋଷିତ କରିଥିଲେ। ଅନ୍ୟ ଜଣେ ଗୁରୁତରଙ୍କୁ ଚିକିତ୍ସା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.