Home ଓଡ଼ିଶା ମଣ୍ଡିରେ ଧାନବିକ୍ରୟ କରିବା ନିମନ୍ତେ ୩୮,୫୨୪ଜଣ ଚାଷୀଙ୍କ ନାମ ନାମ ପଜିଂକରଣ

ମଣ୍ଡିରେ ଧାନବିକ୍ରୟ କରିବା ନିମନ୍ତେ ୩୮,୫୨୪ଜଣ ଚାଷୀଙ୍କ ନାମ ନାମ ପଜିଂକରଣ

63

ମାଲକାନଗିରି,୨୯ା୯ (ଓଡିଆ ପୁଅ ) ଖରିପ ଚାଷରେ ମାଲକାନଗିରି ଜିଲ୍ଲାରେ ମଣ୍ଡିଗୁଡିକରେ ଧାନବିକ୍ରୟ କରିବା ନିମନ୍ତେ ଚାଷୀ ଙ୍କ ନାମ ପଜିଂକରଣ ବିଭିନ୍ନ ଲ୍ୟାମ୍ପସ ଗୁଡିକରେ ଇତିମଧ୍ୟରେ ସରିଯାଇଛି । ଗୋବିନ୍ଦପାଲି ଠାରେ ଥିବା ବଣ୍ଡାଲ୍ୟାମ୍ପସ ରେ ୨୦୭୪ଜଣ ଚାଷୀ,କାଲିମେଳା ଲ୍ୟାମ୍ପସ ରେ ୧୦୩୭୬ଜଣ,କୋରକୁଣ୍ଡା ଲ୍ୟାମ୍ପସରେ ୫୮୦୮ଜଣ,କୁଡୁମଲୁଗୁମ୍ମା ଲ୍ୟାମ୍ପରେ ୧୫୧୦ଜଣ,ମାଲକାଗିରି ଲ୍ୟାମ୍ପସ ରେ ୫୩୭୧ଜଣ,ମାଥିଲି ଲ୍ୟାମ୍ପସ ରେ ୪୩୦୪ ଜଣ,ପଡିଆ ଲ୍ୟାମ୍ପସରେ ୪୯୯୭ ଜଣ,ଶିଖପାଲି ଲ୍ୟାମ୍ପସରେ ୩୧୭୨ ଜଣ ଚାଷୀଙ୍କ ନାମ ପଜିଂକରଣ କରାଯାଇଛି । ଠିକ ସେହିପରି ଚାଲାଣଗୁଡା ପଚାଂୟତରେ ଥିବା ରାଜ ଲକ୍ଷିମୀ ମହିଳା ସ୍ୱୟଂସହାକ ଗୋଷ୍ଠି ଅଧିନରେ ୯୧୨ଜଣ ଚାଷୀ ଙ୍କ ନାମ ପଜିଂକରଣ କରାଯାଇଛି । ୮ଟି ଲ୍ୟାମ୍ପସରେ ୩୭,୬୧୨ ଜଣ ଚାଷୀ ଓ ମହିଳା ସ୍ୱୟଂସହାକ ଗୋଷ୍ଠି ଅଧିନରେ ୯୧୨ଜଣ ଚାଷୀଙ୍କ ନାମପଜିଂକରଣ ହୋଇସାରିଛି, ଜିଲ୍ଲାରେ ମୋଟ ୩୮,୫୨୪ଜଣ ଚାଷୀଙ୍କ ନାମପଜିଂକରଣ ହୋଇସାରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.