Home ଓଡ଼ିଶା ପେଟ୍ରୋଲ,ଡିଜେଲ,ରନ୍ଧନଗ୍ୟାସ ଦରବୃଦ୍ଧି ବିରୋଧରେ କଂଗ୍ରେସ ଦଳ ପକ୍ଷରୁ ଦସ୍ତଖତ ସଂଗ୍ରହ ଅଭିଯାନ

ପେଟ୍ରୋଲ,ଡିଜେଲ,ରନ୍ଧନଗ୍ୟାସ ଦରବୃଦ୍ଧି ବିରୋଧରେ କଂଗ୍ରେସ ଦଳ ପକ୍ଷରୁ ଦସ୍ତଖତ ସଂଗ୍ରହ ଅଭିଯାନ

78

ମାଲକାନଗିରି,୧୭ା୭ (ଓଡିଆ ପୁଅ ) ପେଟ୍ରୋଲ,ଡିଜେଲ,ରନ୍ଧନଗ୍ୟାସ ଦରବୃଦ୍ଧି ବିରୋଧରେ କଂଗ୍ରେସ ଦଳ ପକ୍ଷରୁ ଦସ୍ତଖତ ସଂଗ୍ରହ ଅଭିଯାନ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର ଙ୍କ ନେତୃତ୍ୱରେ ଜିଲ୍ଲାସଦର ମହକୁମାସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣାରେ ବସି ଦସ୍ତଖତ ସଂଗ୍ରହ ଅଭିଯାନ କରିଛନ୍ତି । ମହାମାରି କରୋନା ସମୟରେ ଲୋକମାନଙ୍କ ରୋଜଗାର ବନ୍ଦ ହୋଇ ଯାଇ ସେମାନେ ଭୋକ ଉପାସରେ ରହୁଥିବା ବେଳେ କେନ୍ଦ୍ରସରକାର ମନଇଛା ଭାବେ ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ ସହିତ ଅନ୍ୟାନ ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧି ଘଟିଛି । ଏହି ଦର ବୃଦ୍ଧିକୁ ରୋକିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦସ୍ତଖତ ଅଭିଯାନ ସଂଗ୍ରହ ଆରମ୍ଭ ହୋଇ ଯାଇଛି । ଏହି ଦସ୍ତଖତ ଅଭିଯାନରେ ଅନ୍ୟାନ ମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜି.ଶ୍ରୀନିବାସ ରାଓ,ପଦ୍ମପାଙ୍ଗି,ପ୍ରାନମଣ୍ଡଳ,ପ୍ରମୁଖ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.