Home କେନ୍ଦୁଝର ଅଣାଧୂନୀ ମଠ ବାବାଙ୍କ ମହାପ୍ରୟାଣ

ଅଣାଧୂନୀ ମଠ ବାବାଙ୍କ ମହାପ୍ରୟାଣ

133

ହାଟଡ଼ିହି,୧୭ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଅଣାଧୂନୀ ମଠର ବାବା ଜ୍ଞାନାନନ୍ଦ ଗିରିଙ୍କ ୪୩ବର୍ଷ ବୟସରେ ଗତକାଲି ରାତିରେ ମହାପ୍ରୟାଣ ଘଟିଛି । ତାଙ୍କ ମହାପ୍ରୟାଣ ଖବର ପାଇ କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅନେକ ସାଧୁସନ୍ଥ ଏବଂ କେନ୍ଦୁଝର ଜିଲ୍ଲା ବିଜେପିର କର୍ମକର୍ତ୍ତା ପହଞ୍ଚି ଶେଷ ଦର୍ଶନ କରିଥିଲେ । ବାବା ଜ୍ଞାନାନନ୍ଦ ଗିରିଙ୍କ ଜନ୍ମସ୍ଥାନ ଘଟଗାଁ ବ୍ଲକ ତରା ଗ୍ରାମରେ । ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ବରିଷ୍ଠ ସଦସ୍ୟ ତଥା ବିଶ୍ୱହିନ୍ଦୁ ପରିଷଦର ଜଣେ ପ୍ରମୁଖ କର୍ମକତ୍ତା ଥିଲେ । ତାଙ୍କ ପ୍ରକୃତ ନାମ ପିତାମ୍ବର ସେଠୀ ଥିବାବେଳେ ସେ ରୁଷିକେଶରେ ଦୀର୍ଘଦିନ ଧରି ସାଧୁସନ୍ଥଙ୍କ ସହିତ ରହି ଦିକ୍ଷିତ ହୋଇଥିଲେ । ୨୦୧୮ରେ ଅଣାଧୂନୀ ମଠର ଅନିରୁଦ୍ଧ ବାବାଙ୍କ ସ୍ୱର୍ଗାରୋହଣ ପରେ ଜ୍ଞାନାନନ୍ଦ ବାବା ଏଠାରେ ରହିବାସହ ମଠର ସମସ୍ତ ଉନ୍ନୟନ ମୁଳକ କାର୍ଯ୍ୟକୁ ତ୍ୱାରାନ୍ୱିତ କରିଥିଲେ । ତାଙ୍କ ଦେହାନ୍ତ ଖବରପାଇ କରଡାପାଳର ବାବା ନୀଳମାଧବ ଦାସ, ବେଲବାହାଳିର ବାବା ଶତୃଘ୍ନ ଦାସ, ଟୋଲଙ୍କପଡାର ବାବା ବ୍ରଜବନ୍ଧୁ ଦାସ, ଓରାଳିର ବାବା ଜଗତ ଜୀବନ ଦାସ, ବ୍ରହ୍ମଚାରିଣୀ ଜ୍ୟୋତିର୍ମୟୀ, ସୁଧାଶୁଂ ଶେଖର ମିଶ୍ର, ତ୍ରୀନାଥ ଦାସ, ବାତୋ ଆଶ୍ରମର ମନମୋହନ ଦାସ, ରାମବାବା ମଠ ମରୈଗାଁର ଆର୍ତତ୍ରାଣ ଦାସ, ମିଠିଗାଁର ସୀତାରାମ ଦାସ, ବାୟା ତପୋବନ ସଇଲଙ୍ଗର ଇଶ୍ୱର ଦାସଙ୍କ ସମେତ ଅନେକ ସାଧୁସନ୍ଥ ଯୋଗଦେଇ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ମଠପରିସରରେ ସମାଧି କରାଇଥିଲେ । ବିଜେପିର ଜିଲ୍ଲା ସଭାପତି ଅଶୁଂମାନ ସବୁଜ ମହାନ୍ତ ବର୍ମା, ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଆଲୋକ ସେଠୀ, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମାନ୍ତ ସିଂହାର, ଜିଲ୍ଲା ଉପସଭାପତି ନିରାକାର ଦଳେଇ, ରାମାୟଣୀ ଅର୍ଜୁନ ଚରଣ ମହାନ୍ତି, ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ମଣ୍ଡଳ ସଭାପତି ଟୁକୁନା ମହାନ୍ତ, ବଳଭଦ୍ର ବାରିକ, କେନ୍ଦୁଝର ସଂଘର ବିଭାଗ ପ୍ରଚାରକ ତପନ ନାୟକ, ଭଦ୍ରକ ସଂଘ ବିଭାଗ ପ୍ରଚାରକ ଶିବାଜୀ ମହାପାତ୍ର, ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ବୀର କିଶୋର ନାୟକ, ବରିଷ୍ଠ ସମାଜସେବୀ ଶମ୍ବୁନାଥ ରାଉତ, ମାଧବାନନ୍ଦ ଜେନା, ସୁଶାନ୍ତ କୁମାର ଜେନା, ଅଧାପକ ଅଶୋକ ରାଜ, କାଳନ୍ଦୀ ମଲ୍ଲିକ, ମହେଶ୍ୱର ମଲ୍ଲିକ, ଯତିନ୍ଦ୍ର ମଲ୍ଲିକ, ବାବୁ ବେହେରା, ସନାତନ ବେହେରା, ବୈଷ୍ଣବ ମଲ୍ଲିକ, କାମପାଳ ନାୟକ, ପିତାମ୍ବର ମଲ୍ଲିକ, ବାବାଜି ବାରିକ, ପବିତ୍ର ମୋହନ ମଲ୍ଲିକ, ହରେକୃଷ୍ଣ ବେହେରା, ଉପେନ୍ଦ୍ର କୁମାର ସେନାପତି, ପିନାକୀ ଜେନା, ପ୍ରଫୁଲ ରାଜଙ୍କ ସମେତ ଶହଶହ ଗ୍ରାମବାସୀ ବାବାଙ୍କ ସମାଧି ସ୍ଥଳୀରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.