Home ଜିଲ୍ଲା ପରିକ୍ରମା ପେଟପାଇଁ ଦାଦନ ଖଟିବାକୁ ତେଲାଙ୍ଗାନା ରାଜ୍ୟକୁ ଯାଇଥିଲେ ଶବ ହୋଇ ଘରକୁ ଫେରିଲେ

ପେଟପାଇଁ ଦାଦନ ଖଟିବାକୁ ତେଲାଙ୍ଗାନା ରାଜ୍ୟକୁ ଯାଇଥିଲେ ଶବ ହୋଇ ଘରକୁ ଫେରିଲେ

95

ମାଲକାନଗିରି,୨୧ ।୫ (ଓଡିଆ ପୁଅ) ମାହାମାରି ସମୟରେ ପ୍ରବାସୀ ଶ୍ରମିକ,ଦାଦାନ ଶ୍ରମିକ ମାନଙ୍କ ଦିନକୁ ଦିନ ଦୁଃଖ ବଢି ଯାଇଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାସ୍ଥ କୋରକୁଣ୍ଡା ବ୍ଲକ ତାର୍ଲାକୋଟା ପଚାଂୟତ କେନ୍ଦୁଗୁଡା ଆଦିବାସୀ ଗ୍ରାମରେ । ସେହି ଗ୍ରାମର ଗରିବ ଆଦିବାସୀ ଯମୁନାଖରା ,ତାଙ୍କ ସ୍ୱାମୀ ଓ ଭାଇଙ୍କ ସହିତ ପରିବାର ଚଳାଇବା ପାଇଁ ତେଲାଙ୍ଗାନ ରାଜ୍ୟକୁ ଦାଦାନ ଖଟିବାକୁ ଯାଇଥିଲେ ।ଲକଡାଉନ ହୋଇ ଯାଇଥିବାରୁ ସେମାନେ ନିଜ ଗରକୁ ଫେରି ପାରିନଥିଲେ । ସେମାନେ ଏକ ତେଲ କମ୍ପାନୀରେ କାମ କରୁଥିଲେ ,ଗତ କାଲି ହଟାତ ତେଲକମ୍ପାନୀର ଯନ୍ତ୍ରରେ ନିଆଁ ଲାଗି ଯାଇଥିଲା, ସେଠାରେ ଠିଆ ହୋଇଥିବା ଯମୁନା ହେରେ ମଧ୍ୟ ନିଆଁ ଲାଗି ଯାଇଥିଲା . ସେ ଜିବନ ବିକଳରେ ବଚିଂବା ପାଇଁ ନିକଟରେ ଥିବା ଏକ କୁଅଭିତରକୁ ଡେଇଁ ପଡିଥିଲା । ତାଙ୍କ ପରିବାର ମାଲିକଙ୍କୁ ଜଣାଇବାରୁ ସଙ୍ଗେ ସଙ୍ଗେ ତାଙ୍କୁ କୂଅରୁ ଉଦ୍ଧାର କରି ନିକଟସ୍ଥ ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ ।ସେଠାରେ ଡାକ୍ତର ମାନେ ତାଙ୍କୁ ମୃତ ବୋଲି ଘୋଷଣା କରିବାରୁ ଯମୁନାଙ୍କ ମୃତ ଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ କମ୍ପାନି ମାଲିକ ତାଙ୍କ ନିଜ ଘର ମାଲକାନଗିରି କେନ୍ଦୁଗୁଡା ଗ୍ରାମକୁ ପଠାଇ ଦେଇଥିଲେ । ଆଜି କେନ୍ଦୁଗୁଡା ଗ୍ରାମରେ ଯମୁନାହ୍‌କ ଶବ ପହଁଚିବାପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ ନିମନ୍ତେ ତେଲାଙ୍ଗାନା ରାଜ୍ୟକୁ ଦାଦାନଖଟିବାକୁ ଯାଇଥିଲେ ହେଲେ ଟଙ୍କା ବଦଳରେ ଶବ ହୋଇ ଫେରିଲେ ନିରିହା ଆଦିବାସୀ ମହଳା ଯମୁନା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.