Home ଓଡ଼ିଶା ବଜ୍ରାଘାତରେ ଚାଲିଗଲା ଶିଶୁ କନ୍ୟା ସହ ଦୁଇ ମହିଳାଙ୍କ ଜୀବନ

ବଜ୍ରାଘାତରେ ଚାଲିଗଲା ଶିଶୁ କନ୍ୟା ସହ ଦୁଇ ମହିଳାଙ୍କ ଜୀବନ

42

ଘଟଗାଁ, ତା ୨୧ ମଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ନିକଟରେ ଶୁକ୍ରବାର ବଜ୍ରାଘାତରେ ଜଣେ ଶିଶୁକନ୍ୟା ସହ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଝାରଖଣ୍ତ ଓ ବେଙ୍ଗଲ ଅଞ୍ଚଳରୁ କିଛି ଲୋକ ଆସି ଢେଙ୍କିକୋଟ ଅଞ୍ଚଳରେ ଫେରି କାମ କରୁଥିଲେ । ସମସ୍ତେ ଗତ କିଛି ଦିନ ହେବ ଢେଙ୍କିକୋଟ ପାତ୍ରସାହି ନିକଟସ୍ଥ ଏକ ପଡ଼ିଆରେ ତମ୍ବୁ ଟାଣି ରହୁଥିଲେ । ଆଜି ଅପରାହ୍ନରେ ବର୍ଷା ସହ ବଜ୍ରାଘାତ ହେବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ୭ବର୍ଷର ଶିଶୁ କନ୍ୟା ସହ ଦୁଇଜଣ ମହିଳା ଥିବା ଜଣାପଡ଼ିଛି । ମୃତକମାନେ ହେଲେ ଅଶ୍ୱିନୀ ମୁଣ୍ଡା, ରାମ କେଲି ଓ ଡିଲୁଭା ବୋଲି ଜଣାପଡିଛି । ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.