Home ଜିଲ୍ଲା ପରିକ୍ରମା ଆମ୍ବୁଲାନ୍ସ ମିଳିଲା ନାହିଁ, ଗ୍ରାମବାସୀ ଶବକୁ ବାଇକରେ ଘରକୁ ନେଲେ

ଆମ୍ବୁଲାନ୍ସ ମିଳିଲା ନାହିଁ, ଗ୍ରାମବାସୀ ଶବକୁ ବାଇକରେ ଘରକୁ ନେଲେ

38

ମାଲକାନଗିରି,୨୧ ।୫ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ଅନେକ ସମୟରେ ଆମ୍ବୁଲାନ୍ସ ଅଭାବରୁ କେଉଁଠି ଜନନୀ ଯନ୍ତ୍ରଣା ଦେଖାଦେଇଚି ତ ଆଉକେଉଁଠି ଶବକୁ ସାଇକେଲ ଓ ବାଇକରେ ବାନ୍ଧି ନେବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି ଏକ ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲା ଖଇରପୁଟ ଗୋଷ୍ଟିସ୍ୱାସ୍ଥ୍ୟକେନ୍ଦ୍ର ରେ । ଖଇରପୁଟ ବ୍ଲକସ୍ଥ ବନ୍ଧଗୁଡା ଗ୍ରାମର ଜଣେ ଗରିବ ଚା ଦୋକାନୀ ଶୁକ୍ରା ସବୁଦିନ ପରି ନିଜ ଦୋକାନରେ ଚା ବିକ୍ରି କରୁଥିଲେ । ଆଜି ସକାଳେ ହଟାତ ଶୁକ୍ରାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପାଖରେ ଥିବା ପଡୋଶୀ ୧୦୮ ଆମ୍ବୁଲାନ୍ସ କୁ ଫୋନକରିଥିଲେ । ଆମ୍ବୁଲାନ୍ସ ନ ପହଁଚିବାରୁ ସଙ୍ଗେ ସଙ୍ଗେ ଏକ ବାଇକ ଯୋଗେ ତାଙ୍କୁ ଖଇରପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ହସପିଟାଲରେ ପହଁଚିବା ପରେ ଡାକ୍ତର ଶୁକ୍ରାହ୍‌କୁ ମୃତ ବୋଲି ଘୋଷଣାକରିଥିଲେ । ଶୁକ୍ରାଜମେ ଅଚତ୍ୟନ୍ତ ଗରିବ ଲୋକ ହୋଇଥିବାରୁ ତାଙ୍କର ଶବ ଘରକୁ ନେବାକୁ କୌଣସି ଗାଜଡିର ବ୍ୟବସ୍ଥା ନଥିବାରୁ ଆମ୍ବୁଲାନ୍ସ ଟିଏ ଯୋଗାଇ ଦେବାପାଇଁ ପଡୋଶୀ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ବାଧ୍ୟହୋଇ ଦୁଇଜଣ ଯୁବକ ଏକ ବାଇକରେ ବସାଇ ଶୁକ୍ରାଙ୍କ ଶବକୁ ତାଙ୍କ ଗାଁକୁ ନେଇଯାଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.