Home ଜିଲ୍ଲା ପରିକ୍ରମା ପୂର୍ବତନ ସରପଞ୍ଚଙ୍କ ପ୍ରଥମ ପୁଣ୍ୟତିଥି ସ୍ମୃତି ସମାରୋହ ଓ ପ୍ରତିମୂର୍ତ୍ତି ଅନାବରଣ,ମଣିଷକୁ ତାର କର୍ମ ହିଁ...

ପୂର୍ବତନ ସରପଞ୍ଚଙ୍କ ପ୍ରଥମ ପୁଣ୍ୟତିଥି ସ୍ମୃତି ସମାରୋହ ଓ ପ୍ରତିମୂର୍ତ୍ତି ଅନାବରଣ,ମଣିଷକୁ ତାର କର୍ମ ହିଁ ଚିର ସ୍ମରଣୀୟ କରିଥାଏ

1

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବାରୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଉଦ୍ଧବ ଚରଣ ନାୟକଙ୍କ ପ୍ରଥମ ପୁଣ୍ୟତିଥି ସ୍ମୃତି ସମାରୋହ ଓ ପ୍ରତିମୂର୍ତ୍ତି ଅନାବରଣ ବାରୋ ଗ୍ରାମରେ ଉଦ୍ଧବ ନାୟକ ସ୍ମୃତି ସଂସଦ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ନାରାୟଣ ଚନ୍ଦ୍ର ବାରିକଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ,ବରେଣ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲିକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ଓ ରାଜେନ୍ଦ୍ର କୁମାର ଦାସ, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ କୁମାର ନାୟକ, ସାହିତ୍ୟିକ ଭଗବାନ ଚନ୍ଦ୍ର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ଜିଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ ପ୍ରମୁଖ ଯୋଗଦେଇ ମଣିଷକୁ ତାର କର୍ମ ହିଁ ଚିର ସ୍ମରଣୀୟ କରି ରଖିଥାଏ ବୋଲି କହିଥିବାବେଳେ ସ୍ୱର୍ଗତ ନାୟକଙ୍କ ଜୀବନଧାରା ଏବଂ ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେି। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ପ୍ରତାପ ଚୌଧୁରୀ, ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର ନାୟକ, କବି ନରହରି ନାୟକ, ଧାମନଗର ବ୍ଲକ କଂଗ୍ରେସ ସଭାପତି ରମେଶ ବେହେରା, କାଁପଡ଼ା ସରପଞ୍ଚ କୁନ୍ତଳା ମଲିକ, ଭାରପ୍ରାପ୍ତ ସରପଞ୍ଚ ଭାରତୀ ମଲିକ, ପିଇଓ ସୁକାନ୍ତିସମିତିସଭ୍ୟ ଜୟ ପ୍ରକାଶ ମଲ୍ଲିକ,କମଳାକାନ୍ତ ଦାସ, ସାମ୍ବାଦିକ ନରେନ୍ଦ୍ର ସାମଲ,କଳ୍ପତରୁ ପରିଡା,ଧ୍ରୁବ ଚରଣ ରାୟ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିଥିଲେି। ଏହି ଅବସରରେ ଅତିଥିମାନେ ଶ୍ରଦ୍ଧାଞ୍ଜଳି ପତ୍ରିକା ‘ ସ୍ମୃତିରେ ଉଦ୍ଧବକୁ ଉନ୍ମୋଚନ କରିଥିଲେ କ୍ଷ ପ୍ରଥମେ ମୁଖ୍ୟଅତିଥି ବିଧାୟକ ଦାସଙ୍କ ସହିତ ଅତିଥିମାନେ ବାରୋ ଛକରେ ସ୍ୱର୍ଗତ ନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେି। ନିତ୍ୟାନନ୍ଦ ପତି ବେଦପାଠ ଓ ପୁଅ ଜ୍ଞାନପ୍ରକାଶ ନାୟକ କୃତଜ୍ଞତା ଜଣାଇଥିଲେ ି। ଅଣ୍ଡରାଇ ସମିତି ସମ୍ପାଦକ ବିଶ୍ୱନାଥ ଖୁଣ୍ଟିଆ, ସମ୍ବିତ ସାହୁ, ତପନ ବାରିକ, ପ୍ରଶାନ୍ତ ମଲିକ, ରତିକାନ୍ତ ମଲିକ, ମୁକ୍ତିକାନ୍ତ ସାମଲ, ଦୁଃଶାସନ ମାନଧାତା, ପ୍ରଭାତ ନାୟକ, ପ୍ରଶାନ୍ତ ପତି ,କାହ୍ନୁ ଚରଣ ବେହେରା,ପୂର୍ଣ୍ଣ ଚନ୍ଦ୍ର ନାୟକ,ସଦାଶିବ ସାମଲ,ଦୟାନିଧି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.