Home ଜିଲ୍ଲା ପରିକ୍ରମା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ଷଷ୍ଠ ବାର୍ଷିକ ଶ୍ରାଦ୍ଧୋତ୍ସବ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ଷଷ୍ଠ ବାର୍ଷିକ ଶ୍ରାଦ୍ଧୋତ୍ସବ

2

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ଚରଣ ସେଠୀଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ସମାରୋହ ଭଦ୍ରକ ସହର ସ୍ଥିତ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଅର୍ଜୁନ ଚରଣ ସେଠୀ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ସ୍ମୃତିଚାରଣ ସଭାରେ ଡା. ରବୀନ୍ଦ୍ର କୁମାର ନାୟକ ସଭାପତିତ୍ୱ କରିଥିଲେ। ରାଜ୍ୟ ଭାଜପା ସଭାପତି ତଥା ରାଜ୍ୟ ସଭା ଏମ୍‌ପି ମନମୋହନ ସାମଲ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭାଜପା ଜିଲା ସଭାପତି ଭଗବାନ ପଣ୍ଡା, ବରିଷ୍ଠ ନେତା ଅଜୟ ନାୟକ, ଭାଜପା ଜିଲା ଉପସଭାପତି କମଳାକାନ୍ତ ସୂତାର, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଦୀନବନ୍ଧୁ ପତି, ଯୁବନେତା ବାଣୀକଲ୍ୟାଣ ମହାନ୍ତି, ଡ. ସୁଧାଂଶୁ ଶେଖର ନାୟକ, ବୀରେନ୍ଦ୍ର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ରବି ନାୟକ, ଅଶୋକ ନାୟକ, ଆଇନଜୀବୀ ନିତ୍ୟାନନ୍ଦ ନାୟକ, ଗୋଲକ ଜେନା, ଜିଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ରଞ୍ଜିତା ସ୍ୱାଇଁ, କିଶୋର ବେହେରାଙ୍କ ସମେତ ବହୁ ବିଶିଷ୍ଟ ନେତା, ବୁଦ୍ଧିଜୀବି ଯୋଗ ଦେଇ ସ୍ୱର୍ଗତ ସେଠୀ ଙ୍କ ଭଦ୍ରକ ପ୍ରତି ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଯୁବନେତା ପ୍ରୟାସକାନ୍ତି ସାମଲ, ପୂର୍ବତନ ଭାଜପା ଜିଲା ସଭାପତି ଅକ୍ଷୟ ସାହୁ, ପୂର୍ଣ୍ଣଚନ୍ଦ୍ର ପାଣି, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ଚଳିତ ବର୍ଷ ମ୍ୟାଟ୍ରିକ, ଯୁକ୍ତ ୨ ଓ ଯୁକ୍ତ ୩ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ର ମାନଙ୍କୁ ମେଧାବୀ ବିଦ୍ୟାର୍ଥୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସ୍ମୃତି ସଂସଦର ଉପସଭାପତି ଅମୂଲ୍ୟ ନାୟକ, ସାଧାରଣ ସମ୍ପାଦକ ତପନ କୁମାର ମହାନ୍ତି, ଦୁର୍ଗାପ୍ରସନ୍ନ ଦାସ, ନୀଳାଦ୍ରୀ ପାତ୍ର, ସନ୍ତୋଷ ନାୟକ, କିଶୋର କିଙ୍କର ପଢ଼ିଆରୀ, ସରୋଜ ରାଉତ, ନିରଞ୍ଜନ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସ୍ୱର୍ଗତ ସେଠୀଙ୍କ ସୁପୁତ୍ର ଏମ୍‌ପି ଅଭିମନ୍ୟୁ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.