Home ଓଡ଼ିଶା ପୂର୍ଣ୍ଣାଙ୍ଗ ହୋଇନଥିବା ଆବାସ ଯୋଜନା ଗୃହଗୁଡି଼କ ଟଙ୍କା ଫେରସ୍ତ କରିବାକୁ ପରାମର୍ଶ

ପୂର୍ଣ୍ଣାଙ୍ଗ ହୋଇନଥିବା ଆବାସ ଯୋଜନା ଗୃହଗୁଡି଼କ ଟଙ୍କା ଫେରସ୍ତ କରିବାକୁ ପରାମର୍ଶ

791

ଯାଜପୁର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ବିଧାନସଭା  ସରକାର ପ୍ରଦାନ କରୁଥିବା ବିଭିନ୍ନ ଆବାସ ଯୋଜନା ପାଇଁ ଅର୍ଥ ବରାଦ ନଥିବାକୁ ନେଇ ରାଜ୍ୟରେ ସମସ୍ତ ବିରୋଧି ଦଳମାନେ ସରକାରଙ୍କୁ ଘେରିଥିବା ବେଳେ  ବିଭିନ୍ନ ଆବାସ ପାଇଁ ସରକାର ହିତାଧିକାରୀ ମାନଙ୍କୁ ଠକିବାର ପ୍ରମାଣ ଏବେ ବିଭିନ୍ନ ଜିଲ୍ଲା ମାନଙ୍କରୁ ହସ୍ତଗତ ହୋଇଛି । ବିଭିନ୍ନ ଆବାସ ଯୋଜନାରେ ପୂର୍ବରୁ ସାମିଲ ହୋଇ ଘର ପୂର୍ଣ୍ଣାଙ୍ଗ କରିପାରିନଥିବା ହିତାଧିକାରୀ ମାନଙ୍କପାଇଁ ସରକାର ଏକ ବିଶେଷ ବ୍ୟବସ୍ଥା କାରିଥିବା ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏହି ବ୍ୟବସ୍ଥା ଅନୁସାରେ ପୂର୍ବରୁ ଘର ପୂର୍ଣ୍ଣାଙ୍ଗ କରିପାରିନଥିବା ହିତାଧିକାରୀମାନେ ପ୍ରାପ୍ତ ଅର୍ଥକୁ ଫେରସ୍ତ ଦେଲେ ସେମାନଙ୍କୁ ବର୍ତମାନର ଆର୍ଥିକ ନିୟମ ଅନୁଯାୟୀ ଗୃହ ପ୍ରଦାନର ବ୍ୟବସ୍ଥା କରିଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି । ଯାଜପୁର ଜିଲ୍ଲାରେ ପୂର୍ବରୁ ବିଭିନ୍ନ ଆବାସରେ ଅନ୍ତର୍ଭୁକ୍ତ ହିତାଧିକାରୀମାନେ ଆର୍ଥିକବର୍ଷ ୨୦୧୬-୧୭ ମସିହା ପୂର୍ବରୁ ଘର ପାଇଥିଲେ କିନ୍ତୁ ଅର୍ଥ ବିଭିନ୍ନ କିସ୍ତିରେ ପାଇବା ସତ୍ୱେ ଘର ପୂର୍ଣ୍ଣାଙ୍ଗ କରିପାରିନଥିଲେ ସେମାନେ ଯଦି ସେହି ଅର୍ଥକୁ ଚଳିତ ମାସ ୩୧ ତାରିଖ ମଧ୍ୟରେ ସଂପୃକ୍ତ ବିଡିଓ ମାନଙ୍କୁ ଫେରସ୍ତ ଦେଲେ ନୂଆ ଆବାସ ପାଇଁ ଇନକ୍ଲୁଜନ ଲିଷ୍ଟ ବା ସାମିଲ ତାଲିକାରେ ରହିପାରିବେ ବୋଲି ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଛନ୍ତି । ନୂଆ ନିୟମର ଅର୍ଥ ପାଇବା ସହ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତ ଯୋଜନା ଅନ୍ତର୍ଗତ ୯୫ ଶ୍ରମ ଦିବସର ଅଣକୁଶଳୀ ମଜୁରୀ ମଧ୍ୟ ପାଇପାରିବେ । ଏତଦ୍ ବ୍ୟତୀତ ଯଦି ସଂପୃକ୍ତ ହିତାଧିକାରୀ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଘର ସଂପୂର୍ଣ୍ଣ କରନ୍ତି ତେବେ ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ରାଶି ମଧ୍ୟ ପ୍ରାପ୍ତ ହେବେ ବୋଲି ଶ୍ରୀ ନାୟକ ଜଣାଇଛନ୍ତି । ଅପରପକ୍ଷରେ ୨୦୧୬-୧୭ ଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ମାନଙ୍କରେ ଯେଉଁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ପାଇଥିବା ଘରଗୁଡି଼କୁ ସଂପୂର୍ଣ୍ଣ କରିନାହାଁନ୍ତି ସେମାନେ ୨୦୨୦ ଜାନୁଆରୀ ୩୧ ତାରିଖ ସୁଦ୍ଧା ଛାତପକାଇ ପୂର୍ଣ୍ଣାଙ୍ଗ କରିବାକୁ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତଃଭୁକ୍ତ ହିତାଧିକାରୀମାନେ ସେମାନଙ୍କ ଅସଂପୂର୍ଣ୍ଣ ଗୃହଗୁଡି଼କୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଯେଉଁ ହିତାଧିକାରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଘରଗୁଡି଼କୁ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେନାହିଁ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.