Home ଜିଲ୍ଲା ପରିକ୍ରମା ଘେନୁପାଲି ଫୁଟବଲ ପ୍ରତିଯୋଗୀତାରେ ଝାରସୁଗୁଡ଼ା ବିଜୟୀ

ଘେନୁପାଲି ଫୁଟବଲ ପ୍ରତିଯୋଗୀତାରେ ଝାରସୁଗୁଡ଼ା ବିଜୟୀ

152

ସମ୍ବଲପୁର, ୨୮/୧୨ (ଓଡ଼ିଆ ପୁଅ) ଜିଲ୍ଲାର ଜୁଜୁମୁରା ବ୍ଲକର ଘେନୁପାଲି ପଂଚାୟତ ବୀର ବଜରଂଗ ବଲି କ୍ଲବ ପକ୍ଷରୁ ଆୟୋଜିତ ଦ୍ୱିଦିବସୀୟ ଫୁଟବଲ ପ୍ରତିଯୋଗୀତାରେ ଝାରସୁଗୁଡ଼ା ଦଳ ଚାମ୍ପିୟାନ ହୋଇଛନ୍ତି। ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଝାରସୁଗୁଡ଼ାର ଶିବ ଶଙ୍କର କ୍ଲବ ଏକାଦଶ ସମ୍ବଲପୁରର ସେଭେନ ଷ୍ଟାର କ୍ଲବକୁ ୪-୧ ଗୋଲରେ ହରାଇଥିଲେ। ସମିତି ସଭ୍ୟ ରବି ମିର୍ଦ୍ଦା, ନାଏବ ସରପଂଚ ସୁନନ୍ଦା ପ୍ରଧାନ, ବାହାମ ସରପଂଚ ମିତ୍ରଭାନୁ ପ୍ରଧାନ, ସମାଜସେବୀ ଡା. ରାଜାରାମ ଷଡ଼ଂଗୀ, ପ୍ରମୋଦ ମିର୍ଦ୍ଦା ପ୍ରମୁଖ ସମ୍ମାନୀତ ଅତିଥି ରୂପେ କୃତୀ ଦଳ ଏବଂ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ରାଜେଶ କିସାନ, ସୁଶାନ୍ତ ଓରାମ, ତୁଲା ପିଂଗଙ୍କୁ ଶ୍ରେଷ୍ଟ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା। ଜୟରାଜ ଧର ଏବଂ ରମାକାନ୍ତ ମିର୍ଦା ଖେଳ ପରିଚାଲନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.