Home କୋରାପୁଟ ପୂଜାରୀପୁଟ ଷ୍ଟାଡିୟମ ବ୍ରିଜର ଉଭୟ ପାଶ୍ୱର୍ରେ ଗର୍ତ ;ଯାତାୟତ ସୁରକ୍ଷିତ କି ବୋଲି ପ୍ରଶ୍ନ ଉଠୁଛି...

ପୂଜାରୀପୁଟ ଷ୍ଟାଡିୟମ ବ୍ରିଜର ଉଭୟ ପାଶ୍ୱର୍ରେ ଗର୍ତ ;ଯାତାୟତ ସୁରକ୍ଷିତ କି ବୋଲି ପ୍ରଶ୍ନ ଉଠୁଛି ?

51

କୋରାପୁଟ ୧୧-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରର ପୂଜାରୀପୁଟ ଷ୍ଟାଡିୟମ ରାସ୍ତାରେ ରହିଥିବା ବ୍ରିଜର ଉଭୟ ପାଶ୍ୱର୍ରେ ଗର୍ତ ସୃଷ୍ଟି ହୋଇଛି ।ଯାତାୟତ ସୁରକ୍ଷିତ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।ବହୁ ଦିନ ପୂର୍ବରୁ ଗୋଟିଏ ଗର୍ତ ସୃଷ୍ଟି ହୋଇଥିଲା ।ଉକ୍ତ ଗର୍ତରେ ପଥର ଓ ମାଟି ଭର୍ତି କରାଯାଇଥିଲା ।କିନ୍ତୁ ବର୍ଷା ହେବାରୁ ଉକ୍ତ ସ୍ଥାନରେ ପୁନଃଶ୍ଚ ଗର୍ତ ସୃଷ୍ଟି ହୋଇଛି ।ସେହିପରି କିଛିଦିନ ତଳେ ଏକ ବାଲି ବୋଝେଇ ଟ୍ରକ ବ୍ରିଜର ଅନ୍ୟ ପାଶ୍ୱର୍ରେ ଦବି ଯିବାରୁ ସେଠାରେ ଗର୍ତ ସୃଷ୍ଟି ହୋଇଛି ।ବର୍ଷାଦିନ ହୋଇଥିବାରୁ ଗର୍ତଗୁଟିକରେ ପାଣି ପଶି ଭିତରର ମାଟି ଧୋଇ ହୋଇଯାଇଥିବା ଜଣାପଡିଛି ।ଏମିତି ରହିଲେ ନିକଟରେ ଥିବା ପଣ୍ଡା କଲୋନୀ ନିବାସୀମାନଙ୍କର ଯାତାୟତରେ ଅସୁବିଧା ହେବ ବୋଲି ବାସିନ୍ଦା ମୁରଲୀଧର ଅଧିକାରୀ ପ୍ରକାଶ କରିଛନ୍ତି ।ତୁରନ୍ତ ଏହାର ମରାମତି କରି ରାସ୍ତା ସୁରକ୍ଷିତ ରଖିବାକୁ ସେ ଦାବି କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.