Home ଓଡ଼ିଶା  ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଶହୀଦ ଦିବସ ପାଇଁ ନିରବ ପ୍ରାର୍ଥନା

 ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଶହୀଦ ଦିବସ ପାଇଁ ନିରବ ପ୍ରାର୍ଥନା

82

କଟକ୩୦ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ଦେଶବ୍ୟାପି ଶହୀଦ ଭାବେ ପାଳନ କରାଯାଉଥିବା ବେଳେ ଆଜି କଟକ ସହର ପୁଲିସ ମୁଖ୍ୟାଳୟରେ  ରାଷ୍ଟ୍ରୀୟ ଶହୀଦ ଦିବସ ଉପଲକ୍ଷେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

 

ଏଆଇଜି ବିବେକାନନ୍ଦ ଶର୍ମା,ସୁଶିଲ କୁମାର ମିଶ୍ର, କିଶୋର କୁମାର ଡଙ୍ଗାୟତ ଓ ବିଜୟ ପ୍ରକାଶ ବାବୁ ଉପସ୍ତିତ ରହି ନିରବ ପ୍ରର୍ଥନା କରିବା ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମତେ ଅନ୍ୟ ଶହୀଦ ମାନଙ୍କର ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁଲିସ ମୁଖ୍ୟାଳୟର ସମସ୍ତ ଏଆଇଜି ସଂସ୍ଥା ଅଧିକାରୀ , ଉପ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିଥିଲେ । ସହକାରୀ ଦୁର୍ଗପତି ଦୀପକ କୁମାର ଗଡନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.