Home ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଙ୍କ ସ୍ୱାଭିମାନ ଅଚଂଳ ଗସ୍ତ,ମାଓଗଡ ଜୋଡାମ୍ବରେ ନୂତନ ଥାନା ଉଦଘାଟନ କରି ଉନ୍ନୟନକାର୍ଯ୍ୟ...

ପୁଲିସ ମହାନିର୍ଦ୍ଦେଶକ ଙ୍କ ସ୍ୱାଭିମାନ ଅଚଂଳ ଗସ୍ତ,ମାଓଗଡ ଜୋଡାମ୍ବରେ ନୂତନ ଥାନା ଉଦଘାଟନ କରି ଉନ୍ନୟନକାର୍ଯ୍ୟ ସମୀକ୍ଷା କଲେ

442

ମାଲକାନଗିରି,୨୦ା୬(ଓଡିଆ ପୁଅ ) ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଗସ୍ତକରି ମାଓଗଡ ଜୋଡାମ୍ବଠାରେ ନୂତନ ଥାନା ଉଦଘାଟନ କରିଛନ୍ତି । ସେଠାରେ ସେ ରାସ୍ତାଘାଟ ଓ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟପରିଦର୍ଶନ କରି ଗ୍ରାମବାସୀମାନଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ମାନଙ୍କ ନିକଟକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ । ଅପରାହ୍ନରେ ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ମାଓଦମନ,ସ୍ୱାଭିମାନ ଅଚଂଳର ଉନ୍ନୟନ ମୁଳକ କାର୍ଯ୍ୟକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଅଭୟଙ୍କ ସହ ଆଇଜ ିଅପରେସନ ଅମିତାଭ ଠାକୁର,ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ, ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ,ବିଏସଏଫ କମାଣ୍ଡେଂଟ ଙ୍କ ସହିତ ଅନ୍ୟାନ ଉଚ୍ଚପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସ୍ୱାଭିମାନ ଅଚଂଳରେ ମୁଖ୍ୟମନ୍ତ୍ରୀ ଗୁରୁପ୍ରୀୟା ସେତୁ କୁ ଉଦଘାଟନ କରିବା ପରେ ସେ ଅଚଂଳର ଉନ୍ନତି ଘଟି ଚାଲିଛି । ୨୦୧୯ ମସିହାରେ ହନ୍ତାଳଗୁଡା,ଟେମୁରକପାଲି ଓ ୨୦୨୦ ମସିହାରେ ଦର୍ଲାବେଡା ମାଓପ୍ରବଣ ଅଚଂଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା କରାଯାଇଛି । ଆଜି ଜୋଡାମ୍ବ ମାଓପ୍ରବଣ ଅଚଂଳରେ ନୂତନ ପୁଲିସ ଥାନା ଉଦଘାଟନ କରାଯାଇ ଏହା କାର୍ଯ୍ୟଆରମ୍ଭ ହୋଇଚି । ବିଏସଏଫ ଓ ପୁଲିସ କ୍ୟାମ୍ପ ର ସୁରକ୍ଷା କର୍ମୀ ଙ୍କ କଡାପ୍ରହରା ରେ ମାଓପ୍ରବଣ ଇଲାକାରେ ୭ଟି ନୂତନ ରାସ୍ତା,ସ୍କୁଲଘର, ଅଙ୍ଗନଓ୍ୟାର୍ଡି କେନ୍ଦ୍ର,ହନ୍ତାଳଗୁଡା,ଦର୍ଲାବେଡା ଠାରେ ପୁଲିସ କ୍ୟାମ୍ପ ଓ ଜୋଡାମ୍ବରେ ପୁଲିସ ଥାନା ପ୍ରତିଷ୍ଟା ହୋଇପାରିଛି । ଏହା ଦ୍ୱାରା ସ୍ୱାଭିମାନ ଅଚଂଳରେ ମାଓସମସ୍ୟା ହ୍ରାସହେବାସହିତ ସେଠାରେ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟା ତ୍ୱରାନିତ ହୋଇଛି ।ପୁବ ର୍ଅପେକ୍ଷା ମାଲକାନଗିରି ଜିଲ୍ଲାରେ ମାଓହିଂସା କମିଛି,ପୁଲିସ ଦ୍ୱାରା ବହୁ ମାଓବାଦୀଙ୍କ ଦୁର୍ଗଭୁଷିଡିପଡିବା ସହିତ ଅନେକ ମାଓବାଦୀ ହିଂସା ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି,ସ୍ୱାଭିମାନ ଅଚଂଳର ଉନ୍ନୟନମୁଳକ କାର୍ଯ୍ୟାପାଇଁ ଆବଶ୍ୟକତା ପଡିଲେ ମାଓପ୍ରବଣ ଅଚଂଳରେ ଅଧିକ ପୁଲିସ କ୍ୟାମ୍ପ ଓ ଥାନା ସ୍ଥାପନ କରାଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.