Home ଓଡ଼ିଶା ଜିଲ୍ଲାରେ ପୁଣି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୫୧ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟାା,୨୪ଜଣ ସୁସ୍ଥ ।

ଜିଲ୍ଲାରେ ପୁଣି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୫୧ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟାା,୨୪ଜଣ ସୁସ୍ଥ ।

162

ମାଲକାନଗିରି,୨୦ା୬(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଲଗାତାର ଭାବ ବଢିଚାଲିଛି  ଆଜି ପୁଣି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟହୋଇ ଥିବା ଆକ୍ରାନ୍ତ ମାଲାକନଗିରି ବ୍ଲକ ଗୌଡଗୁଡା ସଙ୍ଗରୋଧର କେନ୍ଦ୍ରର ତେଲାଙ୍ଗାନା ରାଜ୍ୟ ଫେରନ୍ତା ବୋଲି ଜଣାପଡିଛି । ଗତ କାଲି ଏହି ସଙ୍ଗରୋଧ କେନ୍ଦ୍ରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାଲକାନଗିରି ତହସିଲଦାର ଡ.ଗୁଣନିଧି ନାୟକ ଓ ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ସରପଚଂ ମମତା ମାଢୀ ଙ୍କ ଦ୍ୱାରା ଗୌଡଗୁଡା ସଙ୍ଗରୋଧ କେନ୍ଦ୍ରର ୧୦୦ମିଟର ପର୍ଯ୍ୟନ୍ତ କଟେଂନମେଟଂ ଜୋନ ଭାବେ ଘୋଷଣା କରାଯାଇଛି । ସେ ଅଚଂଳରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି , ଆଜି ସୁଦ୍ଧାଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧ରେ ପହଁଚିଲାଣି । ମାଲକାନଗିରି ଜିଲ୍ଲାର ୫୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୨୭ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜିର ସଂକ୍ରମଣ ମାନଙ୍କ ଟ୍ରାଭେଲ ରିପୋର୍ଟ ଜଣା ପଡିଯାଇଛି ,ଚିହ୍ନଟ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ,ଲକଡାଉନ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆାଇଛି ,

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.