Home କେନ୍ଦୁଝର ପରକୀୟା ପ୍ରିତୀକୁ ନେଇ ସରଳାରେ ଉତେଜନା, ପ୍ରେମିକକୁ ନ ଆସିବାକୁ ବାରଣ ପାଇଁ ପୁଲିସକୁ ଗୁହାରି...

ପରକୀୟା ପ୍ରିତୀକୁ ନେଇ ସରଳାରେ ଉତେଜନା, ପ୍ରେମିକକୁ ନ ଆସିବାକୁ ବାରଣ ପାଇଁ ପୁଲିସକୁ ଗୁହାରି କଲା ସ୍ୱାମୀ

370

ହାଟଡ଼ିହି-୨୦/୬/ ହାଟଡ଼ିହି ବ୍ଲକ ଡ଼ଅଁର ପଂଚାୟତର ସରଳା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ଉତେଜନା ଦେଖାଦେଇଥିବା ବେଳେ ପ୍ରେମିକକୁ ତାଙ୍କ ଘରକୁ ନ ଆସିବାକୁ ବାରଣ କରିବା ପାଇଁ ସ୍ୱାମୀ ପୁଲିସକୁ ନିବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଖବରରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ସୀମାନ୍ତ ସରଳା ଗ୍ରାମର ମହାନ୍ତ ସାହିରେ ଜଣେ ମହିଳାଙ୍କ ଘରକୁ ଭଦ୍ରକ ଜିଲ୍ଲା ଓଳମ ଗ୍ରାମର ବାବାଜୀ ବାରିକ ନାମକ ଜଣେ ବ୍ୟକ୍ତି ନିୟମିତ ଯିବା ଆସିବା କରିବା ସହ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା। ସ୍ୱାମୀ ବିରୋଧ କରୁଥିଲେ ମଧ୍ୟ ସେ ଶୁଣୁ ନଥିଲା। ଲକଡାଉନ ସମୟରେ ଜିଲ୍ଲା ସିଲ ଥିବାବେଳେ ସେ ପୁଲିସ ହାବୁଡ଼ରେ ପଡି ଥରେ ଦୁଇଥର ମାଡ ମଧ୍ୟ ଖାଇଥିଲା। ସରଳା ଗାଁ ଲୋକ ତାକୁ ପୁଲିସ ଦ୍ୱାରା ମାଡ଼ ମରାଇଥିବା ସେ ସନ୍ଦେହ କରିଥିଲା। ଗତ ଦୁଇଦିନ ତଳେ ସରଳା ଗ୍ରାମର ଜଣେ ବ୍ୟକ୍ତି ମହାନ୍ତ ସାହିକୁ ଯାଇଥିବା ବେଳେ ଉକ୍ତ ପ୍ରେମିକ ବାବାଜୀ ସେହି ବ୍ୟକ୍ତି ଜଣକୁ ଅଟକ ରଖି ଆକ୍ରମଣ କରିଥିଲା। ଖବରପାଇ କିଛି ଗ୍ରାମବାସୀ ପହଂଚିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ବାବାଜୀ ସମ୍ପୃକ୍ତ ମହିଳାଙ୍କ ସହିତ ଯାଇ ନନ୍ଦିପଦା ଥାନାରେ ସରଳା ଗ୍ରାମର କିଛି ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ଗତ ଦୁଇଦିନ ତଳେ ବାବାଜୀ ତାଙ୍କ ସ୍ତ୍ରୀ ସହିତ ଶାରିରୀକ ସମ୍ପର୍କ ରଖିଥିବା ଦେଖି ମହିଳାଙ୍କ ସ୍ୱାମୀ ବାରଣ କରିବାରୁ ବାବାଜୀ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମହିଳାଙ୍କ ସ୍ୱାମୀ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ବାବାଜିକୁ ତାଙ୍କ ଘରକୁ ଆସିବାକୁ ବାରଣ କରନ୍ତୁ ବୋଲି ପୁଲିସକୁ ନିବେଦନ କରିଛନ୍ତି। ବାବାଜୀ ନ ଆସିଲେ ସେ ତାଙ୍କ ସ୍ତ୍ରୀ ଇ ଛୁଆପିଲାଙ୍କ ସହ ସେ ଖୁସିରେ ରହିପାରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.