Home ଅନୁଗୁଳ କରୋନା ଯୋଗୁଁ ତାଳଚେରରେ ହେବନାହିଁ ଗଣେଶ ପୂଜା 

କରୋନା ଯୋଗୁଁ ତାଳଚେରରେ ହେବନାହିଁ ଗଣେଶ ପୂଜା 

126

ତାଳଚେର,୧୩/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କୋଭିଡ଼ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ତାଳଚେରର ଗଣପର୍ବ ଗଣେଶ ପୂଜା ଅନୁଷ୍ଠିତ ହେବ ନାହିଁ । କୌଣସି ସର୍ବସାଧାରଣ ସ୍ଥାନ,ମଣ୍ଡପ,ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଗୁରୁବାର ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି । ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ଏହି ବୈଠକରେ ସଭାପତିତ୍ୱ କରିଥିଲେ । ପ୍ରଶାସନର ଏହି ନିଷ୍ପତ୍ତିକୁ ଅବମାନନା କଲେ କୋଭିଡ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରପ୍ରାପ୍ତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଥାନା ଆଇଆଇସି ସତ୍ୟବ୍ରତ ରାଉତ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉକ୍ତ ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.